www.samajalive.in
Monday, December 15, 2025
27.1 C
Bhubaneswar

କେଏଲୟୁର ଏକାଦଶତମ ସମାବର୍ତ୍ତନ ଉତ୍ସବ

ଭଦ୍ଦେଶ୍ୱରମ/ ହାଇଦ୍ରାବାଦ: ସ୍ନାତକ ଏବଂ ଉଚ୍ଚତର ଶିକ୍ଷା ପାଇଁ ଦେଶରେ ଅଗ୍ରଣୀ ୟୁନିଭରସିଟିଗୁଡିକ ମଧ୍ୟରେ ଅନ୍ୟତମ କେଏଲ୍‍ ଡିମ୍‍ଡ-ଟୁ-ବି ୟୁନିଭରସିଟି ପକ୍ଷରୁ ଏକାଦଶତମ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ୩୬୫୦ ଛାତ୍ରଛାତ୍ରୀଙ୍କୁ ସଫଳତାର ସହିତ ସେମାନଙ୍କର ଉଚ୍ଚତର ଶିକ୍ଷା ସମାପ୍ତ କରିବା ପାଇଁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ୟୁନିଭରସିଟିର ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ବି.ଟେକ୍‍, ବି.କମ୍‍, ବିବିଏ, ବିସିଏ, ବି.ଏସସି, ବିଏ, ବି.ଫାର୍ମ, ବି.ଆର୍ଚ, ବିବିଏ-ଏଲଏଲବି ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ଏମ.ଟେକ୍‍, ଏମବିଏ, ଏମ.ଏସସି, ଏମଏ ଆଦି ଅନ୍ତର୍ଭୁକ୍ତ । ଏହି ଭବ୍ୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇସ୍ରୋର ଚେୟାରମ୍ୟାନ ତଥା ଭାରତ ସରକାରଙ୍କ ମହାକାଶ ବିଭାଗର ସଚିବ ଡଃ. କେ ଶିବନ୍‍, ସମ୍ମାନନୀୟ ଅତିଥି ଭାବରେ ଭଲ୍‍ଭୋ ଗ୍ରୁପ୍‍ ଇଣ୍ଡିଆର ପ୍ରେସିଡେଣ୍ଟ ଏବଂ ଏମଡ଼ି କମଲ ବାଲି ଏବଂ ବିଶ୍ୱ ବିଖ୍ୟାତ ପ୍ରବଚନକର୍ତ୍ତା ବ୍ରହ୍ମଶ୍ରୀ ଚାଗନ୍ତି କୋଟେଶ୍ୱର ରାଓ ଯୋଗଦେଇଥିଲେ । ଏଥିସହିତ ଚଳଚ୍ଚିତ୍ର ଅଭିନେତା ମହମ୍ମଦ ଅଲି ଏବଂ ସିଲିକନ ଆନ୍ଧ୍ର, ଆମେରିକାର ପ୍ରତିଷ୍ଠାତା କୁଚିଭୋଟଲା ଆନନ୍ଦ ସ୍ୱତନ୍ତ୍ର ଅତିଥି ଭାବରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories