ଅସ୍ତ୍ରୋପଚାର ପରେ ମହିଳାଙ୍କ ପିଠିରୁ ବାହାରିଲା ତୀର

0

କଟକ: ଏସିବି ମେଡିକାଲରେ ଏକ ସଫଳ ଅସ୍ତ୍ରୋପ୍ରଚାର କରାଯାଇଛି । ପ୍ରାୟ ସାଢେ ୩ ଘଣ୍ଟାର  ଅକ୍ଳାନ୍ତ ପରିଶ୍ରମ ପରେ ଡାକ୍ତରମାନେ ଜଣେ ମହିଳାଙ୍କ ପିଠିରେ ପଶିଥିବା ତୀର ବାହାର କରିଛନ୍ତି । ଅସ୍ତ୍ରୋପଚାର ପରେ ମହିଳାଙ୍କ  ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା  କଥା ଜଣାପଡିଛି ।

ଉକ୍ତ ମହିଳାଙ୍କ ଘର କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦଉଡ଼ିପାଳ ପଞ୍ଚାୟତ କାଠକଟା ଗାଁର  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁରୁବାର ସକାଳେ ତାଙ୍କୁ କେହି ଜଣେ ତୀରମାଡ କରିଥିଲେ ।  ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  ପରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ତୀରଟି ପିଠି ପଟୁ ହୃତପିଣ୍ଡ ପର୍ଯ୍ୟନ୍ତ ପଶିଯାଇଥିଲା । ଡାକ୍ତରମାନେ ଅତି ସାବଧାନତାର ସହ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ମହିଳା ଜଣଙ୍କୁ ନିରୀକ୍ଷଣରେ ରଖା ଯାଇଛି । ତୀରର କ୍ଷତରେ ଯେପରି ସଂକ୍ରମଣ ନ ହେବ ସେଥି ପ୍ରତି ବିଶେଷ ଦୃଷ୍ଟି ରଖାଯାଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି ।

Leave A Reply