www.samajalive.in
Monday, December 15, 2025
24.1 C
Bhubaneswar

ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୧୩୩ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୧୯୩ ଏବଂ ସ୍ଥାନୀୟ ସଂକ୍ରମିତ ୪୮୬୬ ଜଣ ରହିଛନ୍ତି। ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୧୩୩ ଜଣ ରହିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।
ଏହି ସମୟ ମଧ୍ୟରେ ଅନୁଗୁଳ ଜିଲାରୁ ୮୫୯, ବାଲେଶ୍ୱର ୪୦୦, ବରଗଡ ୩୬୭, ବଲାଙ୍ଗୀର ୧୬୬, ବଉଦ ୨୬୧, ଦେବଗଡ ୧୦୩, ଢେଙ୍କାନାଳ ୩୫୧, ଗଜପତି ୬୭, ଗଞ୍ଜାମ ୧୫୫ ଏବଂ ଜଗତସିଂହପୁରରୁ ୩୩୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଯାଜପୁରରୁ ୫୬୪, ଝାରସୁଗୁଡା ୨୨୮, କଳାହାଣ୍ଡି ୪୦୭, କନ୍ଧମାଳ ୧୦୩, କେନ୍ଦ୍ରାପଡା ୩୦୯, କେନ୍ଦୁଝର ୨୦୦, ଖୋର୍ଦ୍ଧା ଜିଲାରୁ ୧୦୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ କୋରାପୁଟରୁ ୧୭୫, ମାଲକାନଗିରି ୯୮, ମୟୁରଭଞ୍ଜ ୬୬୨, ନବରଙ୍ଗପୁର ୩୨୨, ନୟାଗଡ ୨୪୬, ନୂଆପଡା ୪୪, ପୁରୀ ୪୩୦, ରାୟଗଡା ୧୭୭, ସମ୍ବଳପୁର ୩୭୯, ସୋନପୁର ୨୦୪, ସୁନ୍ଦରଗଡ ୭୨୯ ଏବଂ ଷ୍ଟେଟପୁଲରୁ ୨୦୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆଉ ୧୧୬୨୭ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧୩୭୫୦୭୬ ନମୁନା ପରୀକ୍ଷା କରାଯାଇସାରିଛି। ସେଥିମଧ୍ୟରୁ ୭୦୩୪୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୮୯୬୧୦ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୧୧୧୨୬୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ଜଣାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories