www.samajalive.in
Sunday, December 7, 2025
14.1 C
Bhubaneswar

ଜୁନ ମାସରୁ ପିଲାଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷା

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ର ତୃତୀୟ ଲହର ଆସିବା ସମ୍ଭାବନା ରହିଥିବା ଏବଂ ଏହା ପିଲାଙ୍କୁ ଅଧିକ ପ୍ରଭାବିତ କରିବା ଆଶଙ୍କା ରହିଥିବା ଗବେଷକମାନେ କହୁଥିବାବେଳେ ଏବେ ପିଲାଙ୍କୁ କୋଭିଡ ଟିକା ଦେବା ପ୍ରୟାସ ତ୍ୱରାନ୍ୱିତ ହୋଇଛି। ଏଭଳି ପରିସ୍ଥିତିରେ ଭାରତ ବାୟୋଟେକ୍‍ ତାହାର କୋଭାକ୍ସିନ ଟିକା ପିଲାଙ୍କ ଠାରେ ପ୍ରୋୟଗ ଭିତ୍ତିକ ପରୀକ୍ଷା ଆସନ୍ତା ଜୁନରୁ ଆରମ୍ଭ କରିବା ସମ୍ଭାବନା ରହିଛି। କମ୍ପାନୀର ବିଜନେସ ଡେଭଲପମେଣ୍ଟ ଆଣ୍ଡ ଇଣ୍ଟରନ୍ୟାସନାଲ ଆଡଭୋକେସି ମୁଖ୍ୟ ଡ.ରାଚେସ୍‍ ଏଲା ଏହା କହିଛନ୍ତି। ଫିକି ମହିଳା ସଂଗଠନ ପକ୍ଷରୁ ଟିକା ସମ୍ପର୍କିତ ଏକ ଆଲୋଚନାରେ ଅଂଶଗ୍ରହଣ କରି ଡ.ଏଲା କହିଛନ୍ତି, ତୃତୀୟ ଅଥବା ଚତୁର୍ଥ ତ୍ରୟମାସିକ ଶେଷସୁଦ୍ଧା କୋଭାକ୍ସିନକୁ ନେଇ ଭାରତ ବାୟୋଟେକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଅନୁମୋଦନ ପାଇବା ଆଶା କରାଯାଉଛି। ସେ ଭରସା ଦେଇ କହିଥିଲେ ଯେ କମ୍ପାନୀ କୋଭାକ୍ସିନ ଉତ୍ପାଦନ ବୃଦ୍ଧିକରିବ ଏବଂ ଚଳିତ ବର୍ଷ ଶେଷସୁଦ୍ଧା ପ୍ରାୟ ୭୦ କୋଟି ପାନ ଟିକା ଯୋଗାଇବ। ସରକାର କମ୍ପାନୀକୁ ୧୫୦୦ କୋଟି ଟଙ୍କାର ଆଗୁଆ କ୍ରୟ ଅର୍ଡର ପ୍ରଦାନ କରି କମ୍ପାନୀକୁ ସହାୟତା କରିଥିବାରୁ ସେ ସରକାରଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଭାରତର ଡ୍ରଗ୍ସ ମହାନିୟନ୍ତ୍ରକ ମଇ ୧୩ ତାରିଖରେ ୨ରୁ ୧୮ ବର୍ଷ ପିଲାଙ୍କ କ୍ଷେତ୍ରରେ କୋଭାକ୍ସିନ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଚିକିତ୍ସା ଭିତ୍ତିକ ପରୀକ୍ଷାକୁ ଅନୁମୋଦନ କରିଥିଲେ। ଭାରତର ସ୍ୱଦେଶୀ କୋଭିଡ-୧୯ ଟିକା କୋଭାକ୍ସିନ ଭାରତ ବାୟୋଟେକ ପକ୍ଷରୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ସହିତ ମିଳିତ ଭାବରେ ବିକଶିତ କରାଯାଇଛି। ଏହା ନିଜର ଜିଏମପି ଉତ୍ପାଦନ କାରଖାନାରେ ବର୍ଷକୁ ୨୦ କୋଟି ପାନ ଟିକା ଉତ୍ପାଦନ ଯୋଜନା କରିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories