www.samajalive.in
Friday, December 5, 2025
26.1 C
Bhubaneswar

ସେପ୍ଟେମ୍ବରରୁ ୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମିଳିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଥିବାବେଳେ ପିଲାଙ୍କ ପାଇଁ କୋଭିଡ ଟିକା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବା ଆଶା କରାଯାଉଛି। ଭାରତ ବାୟୋଟେକ୍‍ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ ଟିକା ପ୍ରସ୍ତୁତି ଚାଲିଛି। ସେପ୍ଟେମ୍ବର ସୁଦ୍ଧା ତିନି ପର୍ଯ୍ୟାୟ ବିଶିଷ୍ଟ କ୍ଲିନିକାଲ ପରୀକ୍ଷଣ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ମିଳିବା ଆଶା କରାଯାଉଛି। ଏହାପରେ ସେହି ମାସରେ ଉକ୍ତ ଟିକାକୁ ପିଲାଙ୍କୁ ଦେବାପାଇଁ ଅନୁମୋଦନ କରାଯିବ ବୋଲି ଭାରତରେ କୋଭିଡ ମୁକାବିଲା ପାଇଁ ଗଠିତ ଟାସ୍କଫୋର୍ସର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ତଥା ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଛନ୍ତି, ଫାଇଜର-ବାୟୋଏନଟେକ୍‍ ଟିକାକୁ ଭାରତରେ ଯଦି ସବୁଜ ସଙ୍କେତ ମିଳେ ତେବେ ତାହା ମଧ୍ୟ ପିଲାଙ୍କ ପାଇଁ ଏକ ବିକଳ୍ପ ହୋଇପାରିବ। ଦିଲ୍ଲୀସ୍ଥିତ ଏମ୍ସ ପକ୍ଷରୁ ଜୁନ୍‍ ୭ରୁ ପିଲାଙ୍କ ଠାରେ ଏହି ଟିକାର ପରୀକ୍ଷଣ ଅନୁଧ୍ୟାନ କରାଯାଉଛି। ଏଥିରେ ୨ରୁ ୧୭ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରାଯାଇଛି। ଦୁଇ ବର୍ଷ ପର୍ଯ୍ୟନ୍ତ ପିଲାଙ୍କଠାରୁ ୧୭ ବର୍ଷ ବୟସ୍କଙ୍କ ପର୍ଯ୍ୟନ୍ତ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ ଡିସିଜିଆଇ ମଇ ୧୨ ତାରିଖରେ ଭାରତ ବାୟୋଟେକକୁ ଅନୁମତି ଦେଇଥିଲା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories