www.samajalive.in
Friday, December 5, 2025
17.1 C
Bhubaneswar

ଭାରତର ସର୍ବାଧିକ ଧନାଢ୍ୟଙ୍କ ସମ୍ପତ୍ତି ୪.୪% କମିଛି ; ୨୦୨୦ରେ ଅମ୍ବାନିଙ୍କ ଆୟ ଘଣ୍ଟାକୁ ୯୦ କୋଟି ଥିଲା

ମୁମ୍ବଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କର ମୋଟ ସଂପତ୍ତି ପରିମାଣ ୨୦୨୦ରେ ୪.୪% ହ୍ରାସପାଇଛି। ଏହା ପୂର୍ବବର୍ଷ ତୁଳନାରେ ୪.୪% ହ୍ରାସପାଇ ୧୨.୮୩ ଟ୍ରିଲିଅନ ଡଲାର ହୋଇଥିବା ଜଣାଯାଇଛି। ମୁକେଶ ଅମ୍ବାନି, ଗୌତମ ଆଦାନି ଏବଂ ଆଦାର ପୁନାୱାଲାଙ୍କ ଭଳି ଧନାଢ୍ୟମାନଙ୍କର ସଂପତ୍ତି ପରିମାଣ ୨୦୨୦ରେ ବୃଦ୍ଧି ପାଇଥିଲେ ମଧ୍ୟ ମୋଟ ଉପରେ ସମସ୍ତ ଧନୀଙ୍କ ସଂପତ୍ତି ପରିମାଣ ୪.୪% ହ୍ରାସପାଇଛି। ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ କାରଣରୁ ଏହି ଧନୀ ବ୍ୟକ୍ତିଙ୍କର ସଂପତ୍ତି ମୂଲ୍ୟ ହ୍ରାସ ଘଟିଛି।
ଡଲାର ହିସାବରେ ଆକଳନ କରାଯାଉଥିବା ଧନୀମାନଙ୍କର ସଂଖ୍ୟା ଭାରତରେ ୭,୬୪,୦୦୦ରୁ ୬,୯୮,୦୦୦କୁ ହ୍ରାସପାଇଛି। ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଥିସହିତ ସେମାନଙ୍କର ମୋଟ ସଂପତ୍ତି ପରିମାଣ ୫୯୪ ବିଲିଅନ ଡଲାର ହ୍ରାସପାଇ ୧୨.୮୩୩ ଟ୍ରଲିଅନ ଡଲାର ହୋଇଛି। ଏହା ୨୦୧୯ ତୁଳନାରେ ୪.୪% କମ୍‍। ସୂଚନାଯୋଗ୍ୟ ଯେ ବିଶ୍ୱରେ ଯେତେସଂଖ୍ୟକ ଧନାଢ୍ୟ ବ୍ୟକ୍ତି ଅଛନ୍ତି, ତାହାର ମାତ୍ର ୧% ଭାରତରେ ରହୁଛନ୍ତି। ବିଶ୍ୱସ୍ତରରେ ଏଭଳି ଧନୀଙ୍କ ସଂଖ୍ୟା ୨୦୨୦ରେ ୫.୨ ନିୟୁତରୁ ୫୬.୧ ନିୟୁତକୁ ବୃଦ୍ଧିପାଇଛି। ତେବେ ୨୦୨୫ ସୁଦ୍ଧା ଭାରତରେ ଅରବପତିଙ୍କ ସଂଖ୍ୟା ୮୧.୮% ବୃଦ୍ଧିପାଇ ୧.୩ ନିୟୁତରେ ପହଞ୍ଚିବ ବୋଲି କ୍ରେଡିଟ ସୁଇସ୍‍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
ଋିପୋର୍ଟରେ ଉଲ୍ଲେଖ କରାଯାଇଛି, ୨୦୨୦ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନିଙ୍କ ଆୟ ଘଣ୍ଟାକୁ ୯୦ କୋଟି ଟଙ୍କା ରହିଥିଲା। ଅର୍ଥାତ୍‍ ୨୦୨୦ରେ ସେ ମୋଟ ୨,୭୭,୭୦୦ କୋଟି ଟଙ୍କା ଆୟ କରିଥିଲେ। ଏଥିସହିତ ତାଙ୍କର ମୋଟ ସଂପତ୍ତି ପରିମାଣ ୬,୫୮,୪୦୦ କୋଟି ଟଙ୍କା ହୋଇଥିଲା। ସେହିଭଳି ଆଦାନି ଗ୍ରୁପ୍‍ ଚେୟାରମ୍ୟାନ ଗୌତମ ଆଦାନିଙ୍କ ମୋଟ ସଂପତ୍ତି ପରିମାଣ ୧୬.୨ ବିଲିଅନ ଡଲାର ବୃଦ୍ଧିପାଇ ମଇ ମାସ ମଧ୍ୟଭାଗ ସୁଦ୍ଧା ୬୭.୬ ବିଲିଅନ ଡଲାର ହୋଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories