www.samajalive.in
Sunday, December 7, 2025
23.1 C
Bhubaneswar

ଅତିରିକ୍ତ ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ ହେବ : ଭାରପ୍ରାପ୍ତ ଜିଲାପାଳ

ଯାଜପୁର : ଯାଜପୁର ଜିଲା ପ୍ରାକୃତିକ ବିପର୍ୟ୍ୟୟ ପ୍ରବଣ ଜିଲା । ବିଶେଷ କରି ବନ୍ୟା ଓ ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତି ଘଟିଥାଏ । ଜିଲାରେ ସେଥିପାଇଁ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କ ଜୀବନ ରକ୍ଷା ଓ ସୁରକ୍ଷା ପାଇଁ ୨୬ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ଥିବା ବେଳେ ଆଊ ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳକୁ ସରକାର ମଞ୍ଜୁର କରିଛନ୍ତି ବୋଲି ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳର ପରିଚାଳନା ଓ ରକ୍ଷଣାବେକ୍ଷଣ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ମଲ୍ଲିକ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଆଶ୍ରୟ ସ୍ଥଳକୁ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହାର ମାନ, ସାଧାରଣ ଲୋକ ମାନଙ୍କର ଆବଶ୍ୟକତା, ବ୍ୟବହାର ଊପଯୋଗୀ, ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା, ଜେନେରେଟର, ପାଣି ବ୍ୟବସ୍ଥା ଇତ୍ୟାଦିକୁ ଉନ୍ନତ ମାନର କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲାର ବିଂଝାରପୁର ବ୍ଲକର କଲ୍ୟାଣପୁର, ଟିଣା, ଜରୀ, ଦଶରଥପୁର ବ୍ଲକର କୟାଁ, ଧର୍ମଶାଳା ବ୍ଳକର ପାଟପୁର, ଅଣ୍ଟିଆ, ଜେନାପୁର, ଯାଜପୁର ବ୍ଲକର ଭୁବନେଶ୍ୱରପୁର, ନାଥସାହି, ଭୂଇଁପୁର ଓ ଜାପଂରପୁର ଠାରେ ଏହି ୧୧ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ ହେବ । ଏହାର ପରିଚାଳନା ପାଇଁ ସ୍ଥାନୀୟ ସରପ, କମିଟିର ଅଧ୍ୟକ୍ଷ ରହିବାକୁ ଥିବାବେଳେ ସଂପାଦକ ଭାବେ ଜଣେ ସ୍ୱେଚ୍ଚ୍ଥାସେବୀ ରହିବେ । ଏହି କମିଟିରେ ସରକାରୀ ଓ ବେସରକାରୀ ସଦସ୍ୟ ମାନେ ରହି ପରିଚାଳନା ଓ ରକ୍ଷଣା ବେକ୍ଷଣ ପ୍ରତି ଦୃଷ୍ଟି ଦେବେ ।

ଅପର ପକ୍ଷରେ ଗ୍ରାମ ସ୍ତରରୁ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବାକୁ ଶ୍ରୀ ମଲ୍ଳିକ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଊରିଆ, ବିଭିନ୍ନ ବ୍ଲକର ଗୋୁଷ୍ଠୀ ଊନ୍ନୟର ଅଧିକାରୀ, ତହସିଲଦାର, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲା ଜରୁରୀ ବିଭାଗର ଜିଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ପାୱାର ପ୍ରେଜେଣ୍ଟେସନ ମାଧ୍ୟମରେ ବିବିଧ ସୂଚନା ଓ ସରକାରୀ ନିର୍ଦ୍ଦେଶନାମା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଜିଲା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories