www.samajalive.in
Sunday, December 7, 2025
26.1 C
Bhubaneswar

ଆଧାର ନମ୍ବର ଭୁଲ୍‌ ଲେଖିଲେ ୧୦ ହଜାର ତଣ୍ଡ

ନୂଆଦିଲ୍ଲୀ, ୧୪ା୭: କୌଣସି ବଡ଼ ଧରଣର ଆର୍ଥିକ କାରବାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନଥିରେ ଆଧାର ନମ୍ବର ଭୁଲ ଲେଖିଲେ ଭାରତୀୟ ନାଗରିକଙ୍କୁ ଏଣିକି ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ଏହି ତଣ୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହା ପୂର୍ବରୁ ସମ୍ପୃକ୍ତ ଆଇନରେ ଆବଶ୍ୟକ ସଂଶୋଧନ ସହିତ ବିଜ୍ଞପ୍ତି ପ୍ରକାଶ କରାଯିବ। କୌଣସି ବ୍ୟକ୍ତି ଯେତେ ଥର ଭୁଲ୍‌ ଆଧାର ନମ୍ବର ଲେଖି​‌େ​‌ବ ସେତେ ଥର ୧୦ହଜାର ଲେଖାଏଁ ତଣ୍ଡ ଗଣିବେ। ଗତ ୫ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଆୟକର ରିଟର୍ଣ୍ଣ ଦାଖଲ ସମୟରେ କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆବଶ୍ୟକ ସ୍ଥଳେ ପାନ୍‌ ବଦଳରେ ଆଧାର ବ୍ୟବହାର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ଭୁଲ ଆଧାର ନମ୍ବର ଉଲ୍ଲେଖ ପାଇଁ ଜରିମାନା ବ୍ୟବସ୍ଥା କରାଯାଇଛି। ଦେଶରେ ସମ୍ପ୍ରତି ୧୨୦ କୋଟି ଆଧାର ନମ୍ବର ପ୍ରଚଳିତ ଥିଲାବେଳେ ୪୧କୋଟି ପାନ୍‌ ରହିଛି। ସେଥିମଧ୍ୟରୁ ୨୨କୋଟି ଆଧାର ସହିତ ସଂଯୋଗ ହୋଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories