www.samajalive.in
Sunday, December 7, 2025
16.1 C
Bhubaneswar

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ; ପାସ୍‌ ହାର ୭୦.୭୮%

କଟକ: ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍‌ ହାର ୭୦.୭୮% ରହିଛି। ରେଗୁଲାର ଛାତ୍ରୀଛାତ୍ରଙ୍କ ପାସ୍‌ ହାର ୭୨.୩୫% ଥିବାବେଳେ ଏକ୍ସରେଗୁଲାରରେ ୩୭.୪୩% ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ଥର ଏ-୧ ଗ୍ରେଡରେ ୧୧୮୦ ଜଣ ପାସ୍‌ କରିଥିବା ବେଳେ ଏ-୨ରେ ୯୯୩୮ ଏବଂ ବି-୧ରେ ୨୪ ହଜାର ୯୯୧ ଜଣ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ସେହିପରି ବି-୨ ଗ୍ରେଡରେ ୪୬ ହଜାର ୩୧୯ ଛାତ୍ରୀଛାତ୍ର ପାସ୍‌ କରିଥିଲାବେଳେ ସି ଗ୍ରେଡ୍‌ରେ ୭୬ ହଜାର ୧୩୯ ଓ ଡି ଗ୍ରେଡ୍‌ରେ ୧ ଲକ୍ଷ ୧୬ ହଜାର୨୬୨ ଛାତ୍ରୀଛାତ୍ର, ଇ ଗ୍ରେଡରେ ୧ ଲକ୍ଷ ୨୨ ହଜାର ୬୨ ଏବଂ ଏଫ ଗ୍ରେଡରେ ୧ଲକ୍ଷ ୬୩ ହଜାର ୯୫୪ ପରୀକ୍ଷାର୍ଥି ପାସ୍‌ କରିଛନ୍ତି।

- Advertisement -

ସେହିପରି ମଧ୍ୟମା ପରୀକ୍ଷାରେ ପାସ୍‌ ହାର ୮୪.୬୨% ରହିଛି। ମଧ୍ୟମାରେ ୩୫୬୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୩୦୧୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

କୋରାପୁଟ ଜିଲାରେ ମାଟ୍ରିକ୍‌ ପାସ୍‌ ହାର ସବୁଠାରୁ କମ୍‌ ରହିଥିବାବେଳେ ଝାରସୁଗୁଡା ଜିଲାରେ ସର୍ବାଧିକ ରହିଛି। କୋରାପୁଟରେ ପାସ୍‌ ହାର ୫୦.୬୧% ଏବଂ ଝାରସୁଗୁଡା ଜିଲାରେ ୮୫.୪୮% ରହିଛି। ଅନ୍ୟପଟେ ରାଜ୍ୟର ୮୨ଟି ସ୍କୁଲରେ ଫଳାଫଳ ଶୂନ ରହିଛି। ଏସବୁ ସ୍କୁଲରେ କୌଣସି ଛାତ୍ରୀଛାତ୍ର ପାସ୍‌ କରିନାହାନ୍ତି। ଯେଉଁ ସ୍କୁଲରେ ରେଜଲ୍ଟ ଖରାପ ହୋଇଛି ତାହାର ସମୀକ୍ଷା କରାଯିବ। ଏହି ସ୍କୁଲଗୁଡ଼ିକର ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତି। ୨୮୯ ସ୍କୁଲରେ ଶତପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି।

ମଙ୍ଗଳବାର ସକାଳ ପ୍ରାୟ ୯ଟାରେ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ପାଇଁ ବୋର୍ଡ ୱେବ୍‌ସାଇଟ୍‌ରେ ଫଳାଫଳ ଉପଲବ୍ଧ ହେଉଛି। ଛାତ୍ରୀଛାତ୍ରମାନେ www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌କୁ ଯାଇ ନିଜର ଫଳାଫଳ ଦେଖିପାରିବେ। ଏଥିସହ ଏସଏମଏସ ଜରିଆରେ ମଧ୍ୟ ଛାତ୍ରୀଛାତ୍ରମାନେ ପରୀକ୍ଷା ଫଳ ଜାଣିପାରିବେ। ଓଆର୧୦ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories