www.samajalive.in
Monday, December 15, 2025
24.1 C
Bhubaneswar

୪ର୍ଥ ଶ୍ରେଣୀ ଛାତ୍ରକୁ ଜ୍ୟାମିତି କମ୍ପାସରେ ୧୦୮ଥର ଭୁସିଲେ ୩ ସହପାଠୀ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ଏକ ଘରୋଇ ବିଦ୍ୟାଳୟରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରକୁ ତାର ୩ଜଣ ସହପାଠୀ ଜ୍ୟାମିତି କମ୍ପାସରେ ୧୦୮ଥର ଆକ୍ରମଣ କରିଛନ୍ତି। ଏହି ଘଟଣା ଉପରେ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ହସ୍ତକ୍ଷେପ କରିବା ସହିତ ଏହା ଉପରେ ତଦନ୍ତ କରିବାକୁ ପୁଲିସକୁ ନିବେଦନ କରିଛି। ସିଡବ୍ଲ୍ୟୁସି ଅଧ୍ୟକ୍ଷ ପଲ୍ଲବୀ ପରୱାଲ କହିଛନ୍ତି ଯେ ନଭେମ୍ବର ୨୪ରେ ଏହି ଘଟଣା ଏରୋଡ୍ରମ ଥାନା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଘଟିଛି। ପିଲାମାନଙ୍କ ଏପରି ହିଂସ୍ର ଆଚରଣର କାରଣ ଉପରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସିଡବ୍ଲ୍ୟୁସି ଅଧ୍ୟକ୍ଷ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ସିଡବ୍ଲ୍ୟୁସି ସମ୍ପୃକ୍ତ ପିଲା ଓ ତାଙ୍କ ଅଭିଭାବକଙ୍କୁ ପଚରାଉଚରା କରିବା ଲାଗି ଯୋଜନା କରିଛି। ପୀଡିତ ଛାତ୍ରର ପିତାମାତା ଏହି ଘଟଣାରେ ଥାନାରେ ମାମଲା ରୁଜୁ କରିଛନ୍ତି। ଛାତ୍ର ଜଣଙ୍କ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏସିପି ବିବେକ ଚୌହ୍ବାନ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories