www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଶାସକରୁ ରାଜନେତା କାର୍ତ୍ତିକ

ଭୁବନେଶ୍ବର : ପ୍ରଶାସନିକ ସେବା ଅଧିକାରୀରୁ ରାଜନୀତିକୁ ପ୍ରବେଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ଆଗକୁ ନିର୍ବାଚନ ଥିବାରୁ କାର୍ତ୍ତିକଙ୍କ ଭୂମିକାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଲେଷକମାନେ କାର୍ତ୍ତିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଆଖ୍ୟା ଦେଉଥିବାବେଳେ ୨୦୨୪ ନିର୍ବାଚନରେ ତାଙ୍କର ଏକ ବଡ଼ ଦାୟିତ୍ବ ରହିବ ବୋଲି କୁହାଯାଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗଦେଇ କାର୍ତ୍ତିକ ପାଣ୍ଡିଆନ୍‌ ଦଳର ସେନାପତି ଦାୟିତ୍ବ ନେଲେ ବୋଲି ମଧ୍ୟ ଆଲୋଚନା ହେଉଛି।
ଶ୍ରୀ ପାଣ୍ଡିଆନ୍ ଜଣେ ସଫଳ ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟରେ ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ସାବାସୀ ଦେଇଛନ୍ତି। ସେ ଓଡ଼ିଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରୁଥିବାରୁ ତାଙ୍କୁ ଅଧିକ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ୫-ଟି ସଚିବ ଥିବାବେଳେ ସେ ଓଡ଼ିଶାର ୩୦ଟି ଜିଲା ବୁଲି ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଅଭିଯୋଗଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଇ ଏହାର ତ୍ବରିତ ସମାଧାନ କରିପାରିଥିଲେ। ସେହିପରି ନିଜେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଥିବାରୁ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣକୁ ସେ ୫-ଟି ଉପକ୍ରମରେ ସର୍ବାଧିକ ଗୁରୁତ୍ବ ଦେଇଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ରାଜ୍ୟ‌ରେ ଥିବା ମନ୍ଦିରଗୁଡ଼ିକର ବିକାଶରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ଗୁରୁଦାୟିତ୍ବ ତୁଲାଉଛନ୍ତି। ୫-ଟି ଉପକ୍ରମ ମାଧ୍ୟମରେ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ସହ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ରହିଥିବା ୨୩ ବର୍ଷର ଦୀର୍ଘ ଅଭିଜ୍ଞତାକୁ ସେ ଆଗକୁ ଦଳରେ ଉପଯୋଗ କରିବେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ବହୁବର୍ଷ ଧରି କାର୍ଯ୍ୟ କରିଥିବାରୁ ତାଙ୍କ ଉପରେ ଯଥେଷ୍ଟ ଭରସା ରହିଛି। ତେଣୁ ତାଙ୍କୁ ୨୦୨୪ ନିର୍ବାଚନରେ ଏକ ବଡ଼ ଭୂମିକାରେ ଦେଖିବାକୁ ମିଳିପାରେ।
ସୂଚନାଯୋଗ୍ୟ, ୨୦୦୦ ମସିହାରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ୍। ଶ୍ରୀ ପଞ୍ଜାବ କ୍ୟାଡରରେ ନିଯୁକ୍ତି ପାଇଥିଲେ। ଓଡ଼ିଶା କ୍ୟାଡରର ସୁଜାତା ରାଉତଙ୍କୁ ଜୀବନସାଥୀ କରିବା ପରେ ସେ ନିଜର କ୍ୟାଡର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ। ୨୦୦୨ ମସିହାରେ କଳାହାଣ୍ଡିର ଧର୍ମଗଡ଼ରେ ମିଳିଥିଲା ପ୍ରଥମ ନିଯୁକ୍ତି। ଉପଜିଲାପାଳ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୫ରେ ଦେଶର ସର୍ବକନିଷ୍ଠ ଅଫିସର ଭାବେ ରାଜ୍ୟର ସର୍ବବୃହତ ଜିଲା ମୟୂରଭଞ୍ଜର ଜିଲାପାଳ ହୋଇଥିଲେ। ୨୦୦୭ରେ ଗଞ୍ଜାମ ଜିଲାପାଳ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୭-୧୧ ଯାଏ ଗଞ୍ଜାମ ଜିଲାପାଳ ଥିବାବେଳେ ଜିଲାକୁ ମିଳିଛି ଅଶେଷ ସଫଳତା। ପାଣ୍ଡିଆନ୍‌ଙ୍କ ସମୟରେ ୪ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ। ଜଣେ ଅଧିକାରୀଙ୍କ ପ୍ରତିବଦ୍ଧତା, କାର୍ଯ୍ୟଶୈଳୀ ଓ ଓଡ଼ିଶା ବିକାଶରେ ତାଙ୍କର ଅବଦାନକୁ ଦେଖି ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ସଚିବ ପଦରେ ତାଙ୍କୁ ଅବସ୍ଥାପିତ କରିଥିଲେ। ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ଦାୟିତ୍ବ ନେଇଥିଲେ। ୨୦୧୯ରେ ସେ ୫-ଟି ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories