www.samajalive.in
Monday, December 15, 2025
24.1 C
Bhubaneswar

୧୦୪କୁ ମିଛ କଲ୍‌ ବଢ଼ାଉଛି ଚିନ୍ତା : କମିସନରେଟ ପୁଲିସ ପାଉନି ପତ୍ତା

ଭୁବନେଶ୍ୱର : ଆଜ୍ଞା ନମସ୍କାର! ମୁଁ ଚଣ୍ଡି କହୁଛି; ମଣାଣି ଚଣ୍ଡି…। ରାଜ୍ୟ ସରକାର ଜରୁରୀ କାର୍ଯ୍ୟ ଲାଗି ଜାରି କରିଥିବା ହେଲ୍ପଲାଇନ ନମ୍ବରରେ ଏଭଳି ଢଙ୍ଗରେ କିଛି ବ୍ୟକ୍ତି ମିଥ୍ୟା କଲ୍‌ କରି ଥଟ୍ଟାମଜା କରୁଛନ୍ତିି। କିଏ ହାଲୋ ମାଡାମ ମୁଁ ତୁମ ଡାର୍ଲିଂ କହୁଛି ତ ଆଉ କିଏ ମାଡାମ କାଲି ଓଡ଼ିଶାରୁ ୧୦୦ କୋଟି ଲୋକ ମରିଗଲେ ବୋଲି ପଚାରୁଛନ୍ତି। ସେହିପରି ମୋଦୀ ସରକାର କ’ଣ ଜିଓରେ ଫ୍ରି ଅଫର ଆଣିଛନ୍ତି କି? ଏଭଳି ଅବାନ୍ତର ପ୍ରଶ୍ନ ମଧ୍ୟ କରୁଛନ୍ତି। ଆଉ କେତେକ ମାଡାମ ତମ ପର୍ସନାଲ ନମ୍ବର ଟିକେ ଦଉନ, ମତେ ଖୁସିଲାଗିବ। ଯଦି ନମ୍ବର ନଦେବ ତା’ହେଲେ ତମ ଅଫିସ୍‌କୁ କଲ କରି ସମସ୍ତଙ୍କୁ ହଇରାଣ କରିବି ବୋଲି କିଛି ଅମାନିଆ ଫୋନ୍‌ କରି ହଇରାଣ ହରକତ କରୁଛନ୍ତି।
କରୋନା ସମ୍ପର୍କରେ ସହାୟତା ଲାଗି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ସରକାର ନିଃଶୁଳ୍କ-୧୦୪ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଏହି ଫୋନ୍‌ ନମ୍ବରକୁ କଲ୍‌କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହିବା ପରିବର୍ତ୍ତେ କିଛି ଲୋକ ଥଟ୍ଟା ତାମସା କରୁଛନ୍ତି। ଖାଲି ପୁରୁଷ ନୁହେଁ ବରଂ ମହିଳାମାନେ ମଧ୍ୟ ଫୋନ୍‌ କରି ହଇରାଣ ହରକତ କରୁଛନ୍ତି। ଏଥିପାଇଁ ସେବା ଯୋଗାଉଥିବା ସେବାକାରୀଙ୍କ ଉତ୍ସାହ କମୁଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟିପିଛି। ରାଜ୍ୟ ବାହାରୁ ଲୋକେ ଆସୁଛନ୍ତି। ଜରୁରୀ କାର୍ଯ୍ୟରେ ସେବା ଯୋଗାଉଥିବା ୧୦୪କୁ ପ୍ରତିଦିନ ୧୦,୦୦୦ କଲ୍‌ ଆସୁଛି। ହେଲେ କିଛି ଅମାନିଆ ଏଭଳି ଫୋନ୍‌ କରି ନମ୍ବରକୁ ବ୍ୟସ୍ତ ରଖୁଛନ୍ତି। ସେମାନଙ୍କ ପାଇଁ ନିହାତି ସେବା ଆବଶ୍ୟକ କରୁଥିବା ବ୍ୟକ୍ତି ବଞ୍ଚିତ ହେଉଛନ୍ତି। ପୂର୍ବରୁ ୧୦୪କୁ ଫେକ୍‍କଲ୍‍ କରି ହଇରାଣ କରୁଥିବା ବ୍ୟକ୍ତିଙ୍କ ନାଁରେ ସେବା ଯୋଗାଉଥିବା ସଂସ୍ଥା ଜିକିତ୍ସା ହେଲ୍‍ଥ କେୟାର ଲିମିଟେଡ଼ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ କରିଥିଲା। ହେଲେ ଅଭିଯୋଗର ୨୦ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଉକ୍ତ ଘଟଣାର ତଦନ୍ତଭାର କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌କୁ ଦିଆଯାଇଥିଲା। ହେଲେ ତଦନ୍ତ କେଉଁଠି ଅଟକିଛି ତାହା ଜଣାପଡ଼ିନି। କାର୍ଯ୍ୟାନୁଷ୍ଠାନ ହୋଇଥିଲେ ଫେକ୍‌ କଲ୍‌ କରୁଥିବା ଅମାନିଆ ସାବାଡ଼ ହୋଇଥାନ୍ତେ। ଏହାସହ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଆନ୍ତା ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ହେଲ୍ପଲାଇନ ନମ୍ବର ୧୦୪କୁ ପରିଚାଳନା କରୁଥିବା ସଂସ୍ଥା ପକ୍ଷରୁ ଅଶ୍ଳୀଳ ଫୋନ୍‌ କରିଥିବା ୩୮ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ଗୋଟିଏ ନମ୍ବରରୁ ହେଲ୍ପଲାଇନ ନମ୍ବରକୁ ସର୍ବାଧିକ ୨୭୯ ଥର କଲ୍‍ ଆସିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂସ୍ଥା ଦାବି କରିଥିଲା।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories