www.samajalive.in
Monday, December 15, 2025
24.1 C
Bhubaneswar

୭୯୬ ବାଦୁଡ଼ି ଚାଲାଣ, ଧରାପଡିଲେ ୧୦ ଅଭିଯୁକ୍ତ

ଗୁରୁଡିଝାଟିଆ: ବାଦୁଡି ଓ ଚେମେଡି ଚଢ଼େଇ ଚୋରା ଚାଲାଣ ବେଳେ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ୧୦ ଅଭିଯୁକ୍ତଙ୍କୁ ଧରିଛି। ଏହା ସହିତ ଏକ ଅଟୋ ସହିତ ୭୯୬ଟି ବାଦୁଡ଼ି ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କପୁରିଶିଂହ ନିକଟରୁ ଅଟୋରେ ବୋଝେଇ ଥିବା ୭୯୬ ବାଡୁଡ଼ି ଓ ଚେମେଡି ଚଢ଼େଇକୁ ଜବତ କରିଥିଲେ। କପୁରିଶିଂହ ନିକଟରେ ଏକ ପରିତ୍ୟକ୍ତ କାରଖାନା ଭିତରୁ ଅଟକ ଅଭିଯୁକ୍ତମାନେ ବାଡ଼ୁଡ଼ି ଓ ଚେମେଡି ଚଢାଇକୁ ମାରି ଭୁବନେଶ୍ୱର ଅଟୋ ଯୋଗେ ନେଉଥିଲେ। ଜବତ ବଦୁଡ଼ି ଓ ଚେମେଡି ଚଢାଇ ମଧ୍ୟରୁ ମାତ୍ର ୪ ଟି ବଞ୍ଚିଥିବା ବେଳେ ଅନ୍ୟ ସମସ୍ତ ମରିଯାଇଥିଲେ। ବନ ବିଭାଗ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି। ଅଭିଯୁକ୍ତମାନଙ୍କ ନାମ ପ୍ରକାଶ କରାଯାଇନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories