www.samajalive.in
Sunday, December 7, 2025
26.1 C
Bhubaneswar

ପଶ୍ଚିମବଙ୍ଗ ଲଜ୍ଜା: ରାଜ୍ୟ ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ଅମାବନୀୟ ଲଜ୍ଜାଜନକ । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ମେଡିକାଲ କ୍ୟାମ୍ପସରେ ଥିବା ପୀଡିତା ଛାତ୍ରୀଙ୍କ ପ୍ରତି ଯେଉଁଭଳି ଅମାନୁଷିକ ଓ ବର୍ବରୋଚିତ ଘଟଣା ଘଟିଛି ତାହା ପଶ୍ଚିବଙ୍ଗର ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳ ସ୍ଥିତିରେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ଭଳି ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି । ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାର ନାହିଁ । ଝିଅଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ଅତ୍ୟନ୍ତ ନିନ୍ଦନୀୟ । ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯଦି ଝିଅମାନେ ରାତିରେ ବାହାରିବା ଠିକ୍ ନୁହେଁ ବୋଲି କହିବେ, ତାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଆଉ କିଛି ନୁହେଁ । ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପଦାରେ ପଡ଼ିଛି । ମମତା ବାନାର୍ଜୀଙ୍କ ମହିଳା ବିରୋଧୀ ଅଭିମୁଖ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । ଏହାର ପ୍ରତିବାଦରେ ଭୁବନେଶ୍ୱର ରାମ ମନ୍ଦିର ଛକରେ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ଅବସରରେ ଡ.ବିଶ୍ୱାଳ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି । ଏଠାରେ ଆଇନଶୃଙ୍ଖଳା ବଜାୟ ରଖିବାରେ ମମତା ବାନାର୍ଜୀ ସରକାର ବିଫଳ ହୋଇଛି । ମହିଳାମାନଙ୍କ ପ୍ରତି ମମତା ବାନାର୍ଜୀଙ୍କର କୌଣସି ସହାନୁଭୂତି ନାହିଁ ।  ଟିଏମସି କର୍ମୀ ପଶ୍ଚିମବଙ୍ଗରେ ଗୁଣ୍ଡା ସାଜିଛନ୍ତି । ଆଉ ସେମାନଙ୍କୁ ମମତା ସରକାର ସୁରକ୍ଷା ଦେଉଛନ୍ତି । କେବଳ ନିର୍ବାଚନ ବେଳେ ପ୍ରବାସୀ ଓଡ଼ିଆଙ୍କ ଭୋଟ ମମତାଙ୍କୁ ଦରକାର । କିନ୍ତୁ ଭୋଟ ସରିଲେ ପ୍ରବାସୀଙ୍କୁ ପର କରି ଦେଉଛନ୍ତି ମମତା ବାନାର୍ଜୀ । ପ୍ରବାସୀ ଓଡ଼ିଆଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମମତା ଚୁପ୍ ରହୁଛନ୍ତି । ଅନ୍ୟ ପଟେ ମମତା ବାନାର୍ଜୀଙ୍କ ଏହି ବେପରୁଆ ବୟାନ ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି । ଘଟଣାକୁ ନେଇ ନବୀନ ପଟ୍ଟନାୟକ ନୀରବତା ଉଭୟଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ସହିତ ଘନିଷ୍ଠତାକୁ ବି ସ୍ପଷ୍ଟ କରିଛି । ବିଭିନ୍ନ ଘଟଣାରେ ଉଭୟ ପରସ୍ପରକୁ ସମର୍ଥନ ଦିଅନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ବି ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରି ନାରୀ ସୁରକ୍ଷା ଏବଂ ଓଡ଼ିଆବାସୀଙ୍କ ପ୍ରତି ତାଙ୍କ ହେୟ ମନୋଭାବକୁ ପ୍ରଦର୍ଶିତ କରିଛନ୍ତି ବୋଲି ଡା.ବିଶ୍ୱାଳ କହିଛନ୍ତି । ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ଶ୍ରୀମତୀ ଅର୍ଚ୍ଚନା ନାୟକ, ଉପସଭାପତି ଡ.ରଂଜିତା ସେଠୀ, ସାଧାରଣ ସଂପାଦିକା ରଶ୍ମିରେଖା ଦାଶଙ୍କ ସମେତ ମହିଳା ମୋର୍ଚ୍ଚାର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories