୧୦ଲକ୍ଷର ଜାଲ୍ ୨୦୦୦ଟଙ୍କିଆ ନୋଟ୍ ଜବତ
ହାଇଦରାବାଦ : ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ (ଡିଆରଆଇ) ୧୦ଲକ୍ଷ ଟଙ୍କା ମୂଲ୍ୟର ୨୦୦୦ଟଙ୍କିଆ ନୋଟ୍ ଜବତ କରିଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି। ଏହି ନୋଟଗୁଡିକ ବାଲାଂଦେଶରୁ ଚାଲାଣ ହୋଇଥିଲା। ମେ ୧୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକକୁ ଏହା ଚାଲାଣ ହେବାର ଥିଲା। ଅଭିଯୁକ୍ତ ଦୁଇଜଣଙ୍କୁ ହାୱଡା-ହାଇଦରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସରୁ ଶନିବାର ସକାଳେ ଗିରଫ କରାଯାଇଛି।