ଡେସ୍କ: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଭାବ ସମ୍ପର୍କରେ ବାସ୍ତବତାକୁ ବୁଝିବା ଲାଗି ଗଣମାଧ୍ୟମକୁ ସୁଯୋଗ ଦେବା ଏବଂ ରାଜ୍ୟରେ ଏହାର ବିକାଶକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଉଦ୍ଦେଶ୍ୟରେ ମେଘାଳୟର ୧୦ ଜଣ ସାମ୍ବାଦିକ ଓଡିଶା ଆସିଛନ୍ତି। ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧୀନରେ ଏହି ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଥିବା ଜଣାପଡିଛି। ସେମାନେ ଭୁବନେଶ୍ୱରରେ ପହଂଚିବା ପରେ ପତ୍ର ସୂଚନା କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ।
ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ କେନ୍ଦ୍ର ସରକାରୀ ଯୋଜନାଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ନିୟୋଜିତ ସୂଚନା, ଶିକ୍ଷା, ଯୋଗାଯୋଗ ବାହନ ଗୁଡ଼ିକ କିପରି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି।
୫୦୦ ଟଙ୍କିଆ ନୋଟରେ ନାହିଁ ରାମ ମନ୍ଦିର, ଭାଇରାଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ
ଏହି ପ୍ରତିନିଧି ଦଳ ଓଡ଼ିଶାରେ ୪ ଦିନ ରହଣି ସମୟରେ ଧଉଳିଗିରି, କୋଣାର୍କ ସୂର୍ଯ୍ୟ ମନ୍ଦିର, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ସାମୁଦ୍ରିକ ସଂଗ୍ରହାଳୟ ଓ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ଆଇସିଏଆର-ସିଆଇଡବ୍ଲ୍ୟୁଏ) ପରିଦର୍ଶନ କରିବେ। ଏହାଛଡା ଏହି ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଅଂଚଳ ପରିଦର୍ଶନ ସମୟରେ ପ୍ରତିନିଧି ଦଳର ସଦସ୍ୟ ମାନେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ।



