www.samajalive.in
Friday, December 5, 2025
26.1 C
Bhubaneswar

ଅଯୋଧ୍ୟା ଯିବେ ଅନୁପମ ଖେର୍‍

ମୁମ୍ବାଇ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବଲିଉଡ ଅଭିନେତା ଅନୁପମ ଖେର । ୨୨ ଜାନୁଆରୀରେ ଅଯୋଧ୍ୟାରେ ମୋର ପିତୃପୁରୁଷ ଏବଂ ବିଶେଷ କରି ମୋର ଜେଜେବାପା ପଣ୍ଡିତ ଅମରନାଥ ଜୀଙ୍କୁ ପ୍ରତିନିଧିତ୍ୱ କରିବି ବୋଲି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ପାଇଁ ହଜାର ହଜାର ବର୍ଷ ଧରି ହିନ୍ଦୁଙ୍କ ମନରେ ଯେଉଁ ଭକ୍ତି ରହିଆସିଛି ତାହା ୨୨ ଜାନୁଆରେ ପ୍ରଫୁଲ୍ଲିତ ହେବାକୁ ଯାଉଛି । ରାମଲାଲା ଜନ୍ମଭୂମିକୁ ଫେରିବା ଓ ରାମ ମନ୍ଦିର ପ୍ରତିଷ୍ଠା କରିବାକୁ ସମସ୍ତେ ସ୍ୱପ୍ନ ଦେଖିଥିଲେ । ଯାହା ଦୀର୍ଘ ବର୍ଷ ପରେ ପୂରଣ ହେବାକୁ ଯାଉଛି । ସମସ୍ତ କାଶ୍ମୀର ହିନ୍ଦୁ ଭାଇ ଓ ଭଉଣୀ ମାନେ ମୋ ଆତ୍ମା ସହିତ ଯୋଡି ହୋଇ ରହିବେ ବୋଲି ଅନୁପମ ଖେର କହିଛନ୍ତି ।

ଅଯୋଧ୍ୟାକୁ ଶ୍ରୀରାମଲାଲାଙ୍କ ପ୍ରତ୍ୟାବର୍ତ୍ତନ ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ଯେକେହି ତାଙ୍କର ଜନ୍ମସ୍ଥଳୀ ଛାଡିଛନ୍ତି ସେ ନିଶ୍ଚିତ ଭାବରେ ଦିନେ ନା ଦିନେ ଫେରିପାଇବେ । ପ୍ରଭୁଙ୍କ ଆଶିର୍ବାଦରୁ ଏହି ଐତିହାସିକ ସମାରୋହରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି । ଏହି ଖୁସିର ମୂହୁର୍ତ୍ତକୁ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଏହି ଉତ୍ସବରେ ସାମିଲ ହୋଇ ଆପଣ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବି ବୋଲି ଅନୁପମ ଖେର କହିଛନ୍ତି ।

- Advertisement -

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories