BJD Bijuli 480×75 Mob

୬ ବର୍ଷରେ ୬୦୦ ଭାରତୀୟ ଯବାନଙ୍କ ଆତ୍ମହତ୍ୟା

BJD Bijuli 480×75 Mob
0

ନୂଆଦିଲ୍ଲୀ: ଛୁଟି ନ ମିଳିବା ଓ ରହିବାର ଠିକ୍‌ ଠିକଣା ନ ରହିବା; ବର୍ଷ ବର୍ଷ ଧରି ନିଜ ପରିବାର ଲୋକଙ୍କ ପାଖକୁ ଯାଇ ନ ପାରିବା ଏପରିକି ସେମାନଙ୍କ ସହ କଥାବାର୍ତ୍ତା ହେବାରେ ମଧ୍ୟ ବଞ୍ଚିତ ହେଉଛନ୍ତି ଭାରତୀୟ ଯବାନ। ଏକାନ୍ତ ଓ ଉଦାସ ମନୋଭାବ ସତ୍ତ୍ୱେ ଆମ ଯବାନ ଶତ୍ରୁ ସହ ଲଢ଼େଇ କରି ପ୍ରାଣବଳୀ ଦେବାକୁ ମଧ୍ୟ ପଛାଇ ନଥାନ୍ତି। କିନ୍ତୁ ଏକଲାପଣ ଓ ପରିବାରଠାରୁ ଦୂରରେ ରହିବା କାରଣରୁ ଜୀବନ ପ୍ରତି ବିତୁସ୍ପୃହ ହୋଇ କେତେକ ଯବାନ ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଗୃହ ମନ୍ତ୍ରାଳୟର ସଂସଦୀୟ କମିଟି ନିକଟରେ ଉପସ୍ଥାପିତ ହୋଇଛି।
ରିପୋର୍ଟ ମୁତାବକ, ଗତ ୬ ବର୍ଷ ମଧ୍ୟରେ ୬୦୦ରୁ ଅଧିକ ଯବାନ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷରେ ପ୍ରତି ବର୍ଷ ପ୍ରାୟ ୧୦ ହଜାର ଯବାନ ଚାକିରି ଛାଡି ଚାଲି ଯାଉଛନ୍ତି। ଏତେ ସଂଖ୍ୟାରେ ଯବାନଙ୍କ ଆତ୍ମହତ୍ୟା ଓ ଏହାର କାରଣ ନେଇ କମିଟି ସଦସ୍ୟ ପ୍ରଶ୍ନ କରିଛନ୍ତି। ଅର୍ଦ୍ଧ ସାମରିକ ବାହିନୀରେ ଏପରି ଖରାପ ଦଶା ନେଇ ସ୍ୱୀକାର କରାଯାଇଥିବାବେଳେ ଭବିଷ୍ୟତରେ ଏହାର ପୁନରାବୃତ୍ତି ନ ଘଟିବାର ସରକାର ଭରସା ଦେଇଛନ୍ତି। ଯବାନଙ୍କ ପାଇଁ ନୂଆ ଯୋଜନା ଆଣିବା ଲାଗି ପ୍ରୟାସ ଚାଲିଥିବା ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ସୂଚନାଯୋଗ୍ୟ, ଅର୍ଦ୍ଧସାମରିକ ବଳରେ ବିଏସ୍‌ଏଫ, ସିଆରପିଏଫ, ସିଆଇଏସଏଫ୍‌ ଓ ଆଇଟିବିପି ଆଦି ଯବାନ ଅନ୍ତର୍ଭୁକ୍ତ ରହିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ପୁଣି କୁହାଯାଉଛି ଯେ, ସାରା ବର୍ଷରେ ଯବାନମାନେ ବିନା ଛୁଟିରେ କାର୍ଯ୍ୟ କରିଥାନ୍ତି। ଛୁଟି ନେବା ସହ ଖାଇବା ବ୍ୟବସ୍ଥାରେ ମଧ୍ୟ ବିଭିନ୍ନ ସୁବିଧା ବଢ଼ାଇ ଦିଆଯାଇଛି। ମାତ୍ର କମିଟିର ଅଭିଯୋଗ ଉପରେ ବିଚାର କରାଯାଇ ସେନାକୁ ଅଧିକ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି। ଗତ କିଛି ଦିନ ତଳେ ଆସିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ, ଚାକିରି କାଳ ସରିବା ପୂର୍ବରୁ ଚାକିରି ଛାଡି ଚାଲି ଆସିବାର ପ୍ରବୃତ୍ତି ବଢ଼ିଚାଲିଛି।

Leave A Reply