www.samajalive.in
Sunday, December 7, 2025
13.1 C
Bhubaneswar

୩୦ ନମ୍ବର ଜିଲାରେ ଏକ ନମ୍ବର ଦର

କୋରାପୁଟ: ପେଟ୍ରୋଲର ଚଢ଼ା ଦରକୁ ନେଇ ଉପକୂଳ ଅଞ୍ଚଳରେ ପ୍ରତିବାଦର କମ୍ପନ ସୃଷ୍ଟି ହୋଇଥିବାବେଳେ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟରେ ଲୋକଙ୍କ କଷ୍ଟ କହିଲେ ନସରେ। ଆଜି ରାଜ୍ୟର ୩୦ ନମ୍ବର ଜିଲା ଭାବେ ପରିଚିତ ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସର୍ବାଧିକ ରେକର୍ଡ ସ୍ତରରେ ପହଞ୍ଚିଛି। ସୋମବାର ଏଠାରେ ପେଟ୍ରୋଲ ଦର ବଢ଼ି ବଢ଼ି ଟ୮୩.୪୦ଙ୍କା
ଛୁଇଁଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ତୁଳନାରେ ଏଠାରେ ଜୀବନଧାରଣ ମାନ ଢେର କମ୍‍ ଥିବାବେଳେ ସବୁଥିରେ ଚଢ଼ା ଦର ଏଠାକାର ଅଧିବାସୀଙ୍କୁ ଅତିଷ୍ଠ କରିଛି। ଏମାନଙ୍କ ବୁକୁ ଫଟା ଚିତ୍କାର ପାହାଡ଼ ପର୍ବତ ଡେଇଁ ଅବଶ୍ୟ ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚିପାରୁନାହିଁ ତଥାପି ଏମାନଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ବିଭିନ୍ନ ସମୟରେର ଆନ୍ଦୋଳନର ରୂପ ନେଉଛି ଯାହାକୁ ଅଟକାଇବା ଅସମ୍ଭବ ମନେ ହେଉଛି। ଏବେ କିଛିଦିନ ହେଲା ଉଚ୍ଚା ଦର ଏଭଳି କିଛି ପରିସ୍ଥିତି ସୃଷ୍ଟି କରିଛି ପାହାଡ଼ି ଇଲାକାର ଏହି ଅଧିବାସୀଙ୍କ ମନରେ।
ସୂଚନା ଅନୁଯାୟୀ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଆଜି ମାଲକାନଗିରିରେ ତୈଳ ଦର ସର୍ବାଧିକ ରହିଛି। ବିଭିନ୍ନ ପେଟ୍ରୋଲ ପମ୍ପରେ ଆଜି ପେଟ୍ରୋଲ ଲିଟର ପିଛା ୮୩.୪୦ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ଦର ୮୧ଟଙ୍କାରୁ ଊର୍ଦ୍ଧ୍ବରେ ରହିଛି। ଆଜି ଡିଜେଲ ଲିଟର ପିଛା ଦର ରହିଛି ୮୧.୯୭ ପଇସା। ଆଦିବାସୀବହୁଳ ଓ ମାଓପ୍ରବଣ ଏହି ଜିଲାରେ ଏଭଳି ଦରରେ ପେଶି ହେଉଛନ୍ତି ଜନତା। ତଥାପି ଏମାନଙ୍କ ପ୍ରତିବାଦର ସ୍ୱର କାହା ନିକଟରେ ପହଞ୍ଚିପାରୁନାହିଁ। ପ୍ରତିବାଦ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଉତ୍ତର ମିଳୁଛି ଭୁବନେଶ୍ୱର, କଟକ କଥା ଛାଡ଼, ମାଲକାନଗିରି ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ଖର୍ଚ୍ଚ ହେଉଛି ତାହା କିଏ ବହନ କରିବ। ଏଭଳି ଉତ୍ତର ଶୁଣି ପ୍ରତିବାଦକାରୀ ମଧ୍ୟ ଚୁପ୍‍ ରହୁଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ବ୍ୟତୀତ ଅନ୍ୟ ତିନିଟି ପଡ଼ୋଶୀ ଜିଲାରେ ମଧ୍ୟ ତୈଳ ଦର ଢେର୍‌ ଉଚ୍ଚାରେ ରହିଛି। ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୮୨.୫୬ ପଇସାରେ ବିକ୍ରି ହେଉଥିବାବେଳେ ଡିଜେଲ ଦର ରହିଛି ୮୧.୧୩ ପଇସା। ସେହିପରି କୋରାପୁଟରେ ପେଟ୍ରୋଲ ଲିଟର ୮୨.୭୫ ପଇସା ଥିବାବେଳେ ଡିଜେଲ ଦର ୮୧ଟଙ୍କାରୁ ଊର୍ଦ୍ଧ୍ବରେ ରହିଛି। ସେହିପରି ରାୟଗଡ଼ାରେ ପେଟ୍ରୋଲ ଦର ୮୨ଟଙ୍କା ୧୪ ପଇସା ଥିବାବେଳେ ଡିଜେଲ ଦର ରହିଛି ୮୦ଟଙ୍କା ୬୯ ପଇସା। ଅବିଭକ୍ତ କୋରାପୁଟର ବ୍ୟାବସାୟିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଜୟପୁରରେ ପେଟ୍ରୋଲ ଦର ୮୨ଟଙ୍କା ୭୫ ପଇସା ଥିବାବେଳେ ଡିଜେଲ ଦର ରହିଛି ୮୧ଟଙ୍କା ୩୫ ପଇସା। ଏଭଳି ଚଢ଼ା ଦର ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପଡ଼ୋଶୀ ଆନ୍ଧ୍ରରେ ସରକାର ଲିଟର ପିଛା ଦୁଇଟଙ୍କା ଦର କମାଇ ଦେଇଥିବାବେଳେ ଓଡ଼ିଶା ସରକାର ଦର ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories