୨୩ କେଜି ଗଞ୍ଜେଇ ଜବତ, ୨ ମହିଳାଙ୍କ ସମେତ ୩ ଗିରଫ 

ଗୋପାଳପୁର: ଗୋପାଳପୁର ପୁଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଦୁଇ ମହିଳାଙ୍କ ସମେତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ପାଟପୁର ଥାନା ଧର୍ମପୁର ତୋଟା ସାହିର ଡ଼ି. କାହ୍ନା ଦୋରା, ଭୁବନେଶ୍ୱର ଲକ୍ଷ୍ମୀ ସାଗର ଥାନା ଅଞ୍ଚଳର ଅନୁପମା ବେହେରା, ନୟାପଲ୍ଲୀ ଥାନା ଅଂଚଳର କଳିଙ୍ଗ ଷ୍ଟାଡିୟମ ଅଞ୍ଚଳର ମିନତୀ ଗୁଣ୍ଡୁଆ ବୋଲି ଜଣାପଡ଼ିଛି।
ସୂଚନା ପ୍ରକାରେ ଗତକାଲି ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଗଞ୍ଜେଇ ଚୁରା ଚାଲାଣ ହୋଉଥିବା ଖବର ପାଇଁ ପୁଲିସ ପ୍ରାୟ ସକାଳ ୧୦ ଘଣ୍ଟା ସମୟରେ ଗୋପାଳପୁର ସ୍ୱାଗତ ତୋରଣ ନିକଟରେ ଗାଡ଼ି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଗୋଟିଏ ବାଇକରେ ଏକ ବସ୍ତା ରହିଥିବା ସନ୍ଦେହ କରି ପୁଲିସ ପଚରା ଉଚୁରା କରିଥିଲା। ଏହାପରେ ସେଠାରୁ ୨୩ କେ. ଜି ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିବା ସହ ଏକ  ବାଇକ ଜବତ କରିଥିଲା। ଏ ନେଇ କେସ ନମ୍ବର ୨୭୭/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

Comments are closed.