www.samajalive.in
Friday, December 12, 2025
16.1 C
Bhubaneswar

ଜଙ୍ଗଲକୁ ଛତୁ ଆଣିବାକୁ ଯିବା ହେଲା କାଳ, ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ

ନୀଳଗିରି: ବାଲେଶ୍ୱର ଜିଲା, ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତ ଅଧୀନ ମାଙ୍କିଡ଼ିଆ ସାହିର ୪ଜଣ ମାଙ୍କିଡ଼ିଆ ଛତୁ ଆଣିବାକୁ କୁଲଡିହା ଜଙ୍ଗଲ ଭିତରକୁ ଯାଇଥିଲେ। ସେଠାରେ ଲୁଚି ରହିଥିବା ଏକ ବଣୁଆ ଭାଲୁ ସେମାନଙ୍କୁ  ଅଚାନକ ଆକ୍ରମଣ କରିଥିଲା। ସେମାନଙ୍କୁ ଭାଲୁ କାମୁଡ଼ିବା ପାଇଁ ଗୋଡ଼ାଇ ଥିଲା। ସେଥିମଧ୍ୟରୁ ୨ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଅନ୍ୟ ୨ଜଣଙ୍କୁ ଭାଲୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ସେମାନେ କ୍ଷତାକ୍ତ ଅବସ୍ଥାରେ ଭାଲୁ ଆକ୍ରମଣରୁ ରକ୍ଷା କରିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଏହି ୨ଜଣ ଗୁରୁତର କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ମାଙ୍କିଡ଼ିଆ ସମ୍ପ୍ରଦାୟର ମାନ୍ଦୁ ଖେରୁଆଡ଼(୬୦), କାଳିଆ ଖେରୁଆଡ଼(୪୬), ରବି ଖେରୁଆଡ଼(୪୦) ଏବଂ ଆଇବି ଖେରୁଆଡ଼(୪୩) ଆଜି କୁଲଡିହା ନିକଟ ଜଡ଼ାହୁଡ଼ି ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲରେ ଛତୁ ସଂଗ୍ରହ କରୁଥିବା ସମୟରେ ହଠାତ ଏକବଣୁଆ  ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରୁ ୨ଜଣ ଖସି ପଳାଇଥିବା ବେଳେ ମାନ୍ଦୁ ଓ କାଳିଆ ଭାଲୁ ହାବୁଡ଼ରେ ପଡ଼ି କ୍ଷତାକ୍ତ ହୋଇଛନ୍ତି । ସେମାନଙ୍କ ଜଙ୍ଘ, କାନ୍ଧରେ ଭାଲୁଟି କାମୁଡ଼ି ମାଂସ ଉଠାଇ ଦେଇଛି ।

- Advertisement -

ଗଭୀର କ୍ଷତ ସୃଷ୍ଟି ହୋଇ ଏହି ଦୁଇଜଣ ଚିତ୍କାର କରୁଥିବା ଶୁଣି ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ଲୋକେ ସେଠାରେ ପହଞ୍ଚି ପାଟିହୁରି କରିବାରୁ ଭାଲୁଟି ସେମାନଙ୍କୁ ଛାଡ଼ି ପଳାଇ ଯାଇଥିଲା। ସ୍ଥାନୀୟଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରି ପ୍ରଥମେ ବରହମପୁର ଏବଂ ପରେ ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories