www.samajalive.in
Saturday, December 13, 2025
26.1 C
Bhubaneswar

ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ଅତାବିରାରେ ଭବ୍ୟ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ପ୍ରତି ବର୍ଷ ଭଳି ଚଳିତ ବର୍ଷ  ମଧ୍ୟ ଅତାବିରା ଥାନା ସମ୍ମୁଖରେ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ଦେବୀ ପୀଠ ମାନଙ୍କରେ ତଥା ଦୁର୍ଗା ମନ୍ଦିର ପୀଠରେ ଅଷ୍ଟମୀ ବିହିତ ପୂଜା ସହ ମାଁଙ୍କ “ମହାଗୌରୀ”ବେଶ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବେଶ୍ ଆକର୍ଷିତ କରିଛି। ଦୁର୍ଗା ମନ୍ଦିର ତଥା ଥାନା ସାମ୍ନା ମେଢ଼ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ଏକ ବିଶାଳ ଭବ୍ୟ କଳସ ଶୋଭାଯାତ୍ରା ସ୍ଥାନୀୟ ଶ୍ରୀରାମ ବାବାମଠ ସ୍ଥିତ ପୋଖରୀ ତୁଠରେ ସୁବିଜ୍ଞ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ପୂର୍ବକ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ତଥା ମହିଳା ଭକ୍ତ ମାନଙ୍କ ଦ୍ଵାରା ଜଳପୂର୍ଣ୍ଣ କଳସ ମୁଣ୍ଡାଇ ରେଶମ ସମ୍ପ୍ରଦା, ଗର୍ଭଣା ର ପଞ୍ଜାବୀ ଢୋଲ, ନନ୍ଦିନୀ ପୁରର ଦୁଲୁଦୁଲି, ହୀରାକୁଦ ଘଣ୍ଟ ବାଦ୍ୟ, ବଡକର୍ଲେର କସ୍ତାଲ, ସରଣ୍ଡାର ସମଲେଶ୍ବରୀ ଦୁଲୁଦୁଲି, ଝରର ଆଦିବାସୀ ନୃତ୍ୟ, ମାଙ୍ଗଳିକ ବାଦ୍ୟ, ହରିବୋଲ ହୁଳହୁଳିରେ ଗଗନ ପବନ ଉଛୁଳି ଉଠିବା ସହ ନଟରାଜ କଲାପରିସଦର ନବ ଦେବୀ କନ୍ୟାଙ୍କ ସମେତ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରି ମୃଣ୍ମୟୀ ଦେବୀଙ୍କ ଯଜ୍ଞ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ଅବସରରେ ଯତୀନ୍ଦ୍ର ପଧାନ ଓ ତାଙ୍କ ଧର୍ମପତ୍ନୀ ମିଲି ନାଏକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ମୁଖ୍ୟ ପଣ୍ଡିତ ପଦ୍ମପାଣି ମହାପାତ୍ର, ବିଶ୍ୱଜିତ୍ ମହାପାତ୍ର, ସତ୍ୟବ୍ରତ କର, ସଞ୍ଜୀବ ଷଡ଼ଙ୍ଗୀ, ଶ୍ରୀକାନ୍ତ ମହାପାତ୍ର, ରମଣୀ ରଞ୍ଜନ ପଣ୍ଡା ଓ ତାଙ୍କ ସାଥୀ ମାନେ ପୂଜାକାର୍ଯ୍ୟ ପାଇଁ ବରଣ ହୋଇଥିବା ବେଳେ ଅତାବିରା (ଆରଏମସି) ସାପ୍ତାହିକ ହାଟ ମେଢ଼ ମୃଣ୍ମୟୀ ଦେବୀଙ୍କ ମଣ୍ଡପ ପାଇଁ ଲାଦେର ପାଲି ଗାଆଁ ପୋଖରୀ ତୁଠରେ ପୂଜାର୍ଚ୍ଚନା ପୂର୍ବକ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ମୁଣ୍ଡାଇ ବିଭିନ୍ନ ମାଙ୍ଗଳିକ ବାଦ୍ୟ ତଥା ଵାବେଵିରା କସ୍ତାଲ୍, ଡୁଙ୍ଗୁରିପାଲି ଘଣ୍ଟବାଦ୍ୟ, ଖଇରପାଲି ଦୁଲୁଦୁଲିର ତାଳେ ତାଳେ ଯଜ୍ଞ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ଅବସର ରେ କର୍ତ୍ତା ଭାବେ କ୍ଷୀରୋଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ସୁକେଶିନି ସାହୁ ଦାୟିତ୍ୱ ତୁଲାଉ ଥିବାବେଳେ ଆଚାର୍ଯ୍ୟ ସଞ୍ଜୟ କୁମାର ଦାଶ, ଅଜୟ ମହାପାତ୍ର, ପ୍ରତ୍ୟୁଷ ରଥ, ଜ୍ୟୋତି ପ୍ରକାଶ ପଣ୍ଡା, ପ୍ରଦୀପ ମହାପାତ୍ର ଓ ତାଙ୍କ ସାଥୀ ମାନେ ମୃଣ୍ମୟୀ ଦେବୀଙ୍କ ନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚଣ୍ଡୀପାଠ, ଆରତୀ ପୂର୍ବକ ଦେବୀଙ୍କ ପୁଷ୍ପାଞ୍ଜଳି ସହ ମୃଣ୍ମୟୀ ଦେବୀଙ୍କ ସ୍ମରଣ କରି ସନ୍ଧ୍ୟାରେ ସିମନ୍ତିନି ଭାଇ ଜିଉନ୍ତିଆ ଓଷା ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories