www.samajalive.in
Thursday, December 11, 2025
15.1 C
Bhubaneswar

ବୀରପୁଅ ସହିଦ ହରିଶଙ୍କୁ ଶେଷ ସଲାମ, ଲୁହରେ ଭିଜିଲା କେଶଦୁରାପାଳ ମାଟି

କେଶଦୁରାପାଳ: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ହରିଶ୍ ବାରିକ୍ ନାସିକ ଠାରେ ଯବାନ ରୂପେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଯାଇଛନ୍ତି। ସୂଚନାରୁ ପ୍ରକାଶ ବୁଧବାର ଦିନ ହରିଶ୍ କାର୍ଯ୍ୟରତ ଥିବା ଅବସ୍ଥାରେ ହୃଦଘାତର ଶିକାର ହୋଇ ଦେଶ ମାତୃକା ପାଇଁ ଜୀବନ ହରାଇଛନ୍ତି। ଗୁରୁବାର ତାଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ, ସେଠାରୁ ନିଜ ମାତୃଭୂମି କେଶଦୁରାପାଳ ଗ୍ରାମ ଅଭିମୁଖେ ଆସିଥିଲ। ନିଜଗାଁରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆଣି ଗ୍ରାମ ପରିକ୍ରମା କରିବା ପରେ ମରଶରୀରକୁ ରେମାଳ ନଦୀ କୂଳରେ ଗାର୍ଡ ଅଫ ଅନର୍ ଦିଆଯାଇ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହାକୁ ନେଇ ଘଷିପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ,  ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞ ପ୍ରସାଦ ସାହୁ , ବିଜେପି ବିଧାୟକ ନେତା ଶମ୍ଭୁନାଥ ରାଉତ, ବିଜେଡି ନେତା ଦେବାଶିଷ ପାତ୍ର, ହରିହର ମିଶ୍ର, ଆକାଶ ରଥ, ପଶୁରାମ ମହାରଣା ପ୍ରମୁଖ ସହିଦଙ୍କ ପରିବାର ନିକଟରେ ପହଞ୍ଚି ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସହିଦଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories