www.samajalive.in
Sunday, December 14, 2025
26.1 C
Bhubaneswar

କନ୍ଦରପୁର ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଫ୍ରେଣ୍ଡସ କ୍ଲବ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କନ୍ଦରପୁର ଟାଙ୍ଗୀ ସାହିସ୍ଥିତ ମା’ ମଙ୍ଗଳା ପୀଠରେ ବୁଧବାର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମ ଦୁର୍ଗା ପୂଜାର ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀ ସନ୍ଧ୍ୟାରେ ଭଜନ ଓ ନବମୀ ସନ୍ଧ୍ୟାରେ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ ହେବ। ଷଷ୍ଠୀ ଅବସରରେ ତିଳୋତ୍ତମା ମିଶ୍ର ଓ ସାଥିଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା। କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ  ଅତିଥି ଭାବେ କନ୍ଦରପୁର ଗ୍ରାମ ସଭାପତି ଶିକ୍ଷାବିତ୍ ମହେନ୍ଦ୍ର କୁମାର ଦାସ , ବିଶିଷ୍ଟ ପାଲା ଗାୟକ ଯୁଗଳ କିଶୋର ସାହୁ, ଅବସରପ୍ରାପ୍ତ ସୈନିକ ଇନ୍ଦ୍ରମଣି ସୁତାର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କନ୍ଦରପୁର ଟାଙ୍ଗୀ ସାହିରେ ୧୦ମ ଦୁର୍ଗାପୂଜା ଅବସରରେ ପ୍ରଥମ କରି ଭଜନ ଆୟୋଜନ ହୋଇଥିବାରୁ ଦୁର୍ଗା ପୂଜା ଆୟୋଜନ କମିଟି ଓ ଫ୍ରେଣ୍ଡସ କ୍ଲବ ଅନୁଷ୍ଠାନକୁ ଅତିଥି ମାନେ ପ୍ରଶଂସା କରିଥିଲେ । ପରିଶେଷରେ ଫ୍ରେଣ୍ଡସ କ୍ଲବ ତରଫରୁ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଭାସ୍କର ଚନ୍ଦ୍ର ବେହେରା, ତପନ କୁମାର ସାହୁ, ବିକାଶ ବେହେରା, କାର୍ତ୍ତିକ ବେହେରା, ରମା ରଣା, ଶ୍ରୀତମ ସାହୁ, ପ୍ରଦୀପ କୁମାର ସାହୁ, ସଞ୍ଜୟ କୁମାର ସାହୁ, ରବୀନ୍ଦ୍ର ସାହୁ, କାଳନ୍ଦୀ ବେହେରା, କମଳ ଦଳାଇ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories