www.samajalive.in
Sunday, December 14, 2025
23.1 C
Bhubaneswar

ଆଲୋକମାଳା ଓ ତୋରଣରେ ଝଲସୁଛି ଆଠଗଡ

ଆଠଗଡ: ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରଙ୍ଗବେରଙ୍ଗ ଆଲୋକମାଳା ଓ ଆଲୋକ ତୋରଣରେ ଝଲସି ଉଠୁଛି ସମଗ୍ର ଆଠଗଡ ସହର ଓ ଅନେକ ଗ୍ରାମାଞ୍ଚଳ। ଆଠଗଡର ଦେବୀପୀଠ ମା ବାଉତୀ, ଦକ୍ଷିଣଚଣ୍ଡୀ ଓ ଉତ୍ତରାଚଣ୍ଡୀ ପୀଠରେ ଗୁରୁବାର ମହାଷ୍ଟମୀ ଏବଂ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବା ପୂଜା ମଣ୍ଡପ ମଗୁଡିକରେ ଆଜି ମହାସପ୍ତମୀ ପୂଜା ପାରମ୍ପରିକ ନୀତି ଅନୁଯାୟୀ ସମ୍ପନ୍ନ ହୋଇଛି । ଆଠଗଡ ସହରରେ ମୋଟ ପ୍ରାୟ ୨୫ଟି ପୂଜା ମଣ୍ଡପ ମଧ୍ୟରୁ ୫ ଟିରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବାବେଳେ ବାକି ବିଭିନ୍ନ ବଜାର ଓ ସାହିବସ୍ତିର ପୂଜ ମଣ୍ଡପରେ ହରପାର୍ବତୀଙ୍କ ପ୍ରତିମା ପୂଜିତ ହେଉଛନ୍ତି । ଆଠଗଡ ଦୁର୍ଗା ବଜାର, ରାସରସିକପୁର ସାହି, ଚାନ୍ଦବାଲିଛକ ବଜାର, କନ୍ତୋଲ ଦୁର୍ଗା ବଜାର ଓ ହାଟ ବଜାରରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ଦୁର୍ଗାପୂଜା ଓ ଦଶହରା ଲାଗି ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ । ଆଠଗଡ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି । ଆସନ୍ତା ଶନିବାର ନବମୀ ଓ ରବିବାର ଦଶମୀ ଉପଲକ୍ଷେ ସହରର ସମସ୍ତ ମୁଖ୍ଯ ବଜାର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories