www.samajalive.in
Sunday, December 14, 2025
23.1 C
Bhubaneswar

ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଗିରଫ 

ଗୋପାଳପୁର : ସ୍ତ୍ରୀକୁ ଯୌତୁକ ନିର୍ଯ୍ୟାତନା ଦେବା, ମାଡ଼ା ମାରିବା ସହ ଛାତ ଉପରୁ ଠେଲି ଦେବା ଅଭିଯୋଗରେ ସ୍ବାମୀକୁ ଗୋପାଳପୁର ପୁଲିସ ଗିରଫ କରିଛି। ଗିରଫ ପରେ ସ୍ୱାମୀକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ସ୍ବାମୀ ଜଣକ ହେଲେ ଛତ୍ରପୁର ନୂଳିଆ ନୂଆଗାଁର ଡ଼ି. କଲେୟା ବୋଲି ପୁଲିସ କହିଛି ।
ସୂଚନା ପ୍ରକାରେ ଗୋପାଳପୁର ଅଞ୍ଚଳର ଡ଼ି. ଲକ୍ଷ୍ମୀ ୨୦୧୧ ମସିହାରେ ରୀତିନୀତି  ଅନୁଯାୟୀ ଛତ୍ରପୁର ନୂଳିଆ ନୂଆଗାଁର ଡ଼ି. କଲେୟାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଓ ଗୋଟିଏ ଝିଅ ରହିଛି । ବିବାହ ସମୟରେ କହିବା ପ୍ରକାରେ ଯୌତୁକ ଦିଆଯାଇଥିଲା। ପ୍ରାୟ ଦୁଇ ବର୍ଷ ହେବ ପତ୍ନୀକୁ ଏକ ଲକ୍ଷ ଟଙ୍କା ଆଣିବାକୁ କହି ନିର୍ଯ୍ୟାତନା ଦେବା ସହ ମାଡ଼ ମାରିଥିଲା। ଗତ ମାସ ୨୫ ତାରିଖରେ ରାତ୍ର ପ୍ରାୟ ୮ ଟା ସମୟରେ ଘରର ଛାତ ଉପରଜୁ ନେଇ ମାଡ଼ ମାରିବା ସହ ଛାତ ଉପରୁ ଠେଲି ଦେଇଥିଲା। ଲକ୍ଷ୍ମୀ ଛାତ ଉପରୁ ପଡି ଆହତ ହୋଇଥିବାରୁ ସ୍ୱାମୀ ଛତ୍ରପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ସ୍ୱାମୀ ଶାଶୁକୁ ଫୋନ ଯୋଗେ ଜଣାଇଥିଲା । ଝିଅର ମା ରୁକ୍ମିଣୀ ମେଡିକାଲରେ ପହଞ୍ଚି ଦେଖିବା ବେଳକୁ ଝିଅର ହୋସ ନଥିବା ଏବଂ ଚିକିତ୍ସାଧିନ ଥିବା ଦେଖି ସେ ଚଳିତ ମାସ ୩ ତାରିଖରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପ୍ରକାରେ ପୁଲିସ ୨୬୮/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣକ ସେହି ଦିନ ଠାରୁ ଫେରାର ରହିଥିବା ବେଳେ ଆଜି କୌଣସି ସୂତ୍ରରୁ ଖବର ପାଇଁ ନିଜ ଘରୁ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣି ପଚରା ଉଚୁରା କରିଥିଲା। ସତ୍ୟସତ୍ୟା ଜାଣିବା ପରେ ଆଜି ଅଭିଯୁକ୍ତ ସ୍ମାମୀକୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories