www.samajalive.in
Sunday, December 14, 2025
19.1 C
Bhubaneswar

ଆମର ବିକାଶ ଭାଗିଦାରୀ ଏକ ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଧାରିତ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ଲାଓସର ଭିଏନ୍‌ଶେନଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ ଏକ ଦଶନ୍ଧି ମଧ୍ୟରେ ଏହି ପଦକ୍ଷେପ ଭାରତ ଓ ଆସିଆନ ରାଷ୍ଟ୍ରମାନଙ୍କ ମଧ୍ୟରେ ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିଛି ଏବଂ ଏହାକୁ ନୂତନ ଶକ୍ତି, ଦିଗ ଏବଂ ଗତି ପ୍ରଦାନ କରିଛି। ସେ କହିଛନ୍ତି, ଆସିଆନ୍ କେନ୍ଦ୍ରୀୟତାକୁ ଗୁରୁତ୍ୱ ଦେଇ ୨୦୧୯ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରୟାସ ଆରମ୍ଭ କରାଯାଇଥିଲା ଓ ଆଞ୍ଚଳିକ ନିରାପତ୍ତା ଓ ସ୍ଥିରତା ବୃଦ୍ଧି ପାଇଁ ସାମୁଦ୍ରିକ ଅଭ୍ୟାସ ଆରମ୍ଭ କରାଯାଇଥିଲା।

ଶ୍ରୀ ମୋଦୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଆସିଆନ୍ ଅଞ୍ଚଳ ସହ ଆମର ବାଣିଜ୍ୟ କାରବାର ପ୍ରାୟ ଦ୍ୱିଗୁଣିତ ହୋଇଛି, ଯାହା କି ୧୩୦ ବିଲିୟନ ଡଲାର ଅତିକ୍ରମ କରିଛି। ଆଜି ଭାରତର ୭ଟି ଆସିଆନ ଦେଶ ସହ ସିଧାସଳଖ ବିମାନ ଯୋଗାଯୋଗ ରହିଛି ଏବଂ ଖୁବଶୀଘ୍ର ବ୍ରୁନେଇକୁ ସିଧାସଳଖ ବିମାନ ସେବା ମଧ୍ୟ ଆରମ୍ଭ ହେବ। ଏହାବ୍ୟତୀତ ତିମୋର-ଲେସ୍ତେରେ ଭାରତ ଏକ ନୂଆ ଦୂତାବାସ ଖୋଲିଥିବା ସେ କହିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ବିକାଶ ଭାଗିଦାରୀ ଏକ ଜନକୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଆଧାରିତ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ୩୦୦ରୁ ଅଧିକ ଆସିଆନ୍ ଛାତ୍ରଛାତ୍ରୀ ଛାତ୍ର ବୃତ୍ତି ଦ୍ୱାରା ଉପକୃତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ଏକ ନେଟୱର୍କ ଆରମ୍ଭ ହୋଇଛି।ଲାଓସ୍, କାମ୍ବୋଡିଆ, ଭିଏତନାମ, ମ୍ୟାଁମାର ଏବଂ ଇଣ୍ଡୋନେସିଆରେ ଆମର ସହଭାଗୀ ଐତିହ୍ୟ ଏବଂ ପରମ୍ପରାକୁ ସଂରକ୍ଷିତ ରଖିବା ପାଇଁ ମଧ୍ୟ ଭାରତ କାର୍ଯ୍ୟ କରିଥିବା ସେ କହିଛନ୍ତି।

ଏହି ଅବସରରେ ଶ୍ରୀ ମୋଦୀ କୋଭିଡ ମହାମାରୀ ସମୟରେ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ହେଉ, ଭାରତ ପାରସ୍ପରିକ ସହାୟତା ପ୍ରଦାନ କରି ମାନବିକ ଦାୟିତ୍ୱ ପୂରଣ କରିଥିବା କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories