www.samajalive.in
Monday, December 15, 2025
15.1 C
Bhubaneswar

ଢେଙ୍କିକୋଟରେ ଦୁଇଟି ମଣ୍ଡପରେ ମା’ଙ୍କ ଆରାଧନା, କମ୍ପୁଛି ବଜାର ଅଞ୍ଚଳ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଟିକିରାରେ ଦୁଇଟି ମଣ୍ଡପରେ ଦୂର୍ଗାପୂଜା ଧୁମଧାମ ରେ ଆରମ୍ଭ ହୋଇଛି। ଗତ ସନ୍ଧ୍ୟାରେ ବିଲ୍ଵବରଣ ପରେ ଆଜି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ମୟ ପରିବେଶରେ ମହାସପ୍ତମୀ ପୂଜା ଚାଲିଛି । ମହାଷ୍ଟମୀରେ ବହୁ ସଂଖ୍ୟାରେ ମହିଳା ମାନେ ବ୍ରତପୂଜା କରୁଥିବାରୁ ଶୁକ୍ରବାର ଉଭୟ ମଣ୍ଡପରେ ମହିଳା ଓ ଯୁବତୀ ମାନଙ୍କ ଶୃଙ୍ଖଳିତ ପୂଜା ଓ ଦର୍ଶନ ପାଇଁ ସୂତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିକିରା ଶ୍ରୀ ଦୁର୍ଗାପୂଜା କମିଟି ପକ୍ଷରୁ କର୍ତ୍ତା ହଳଧର ବେହେରା ସପତ୍ନିକ ପୂଜାରେ ବସିଥିବା ବେଳେ ମୁଖ୍ୟ ପୂଜକ ରବିନ୍ଦ୍ର କୁମାର ପାଢୀଙ୍କ ସହ ବଲଭଦ୍ର ପଣ୍ଡା, ସମ୍ବିତ କୁମାର ପାଢୀ ଓ ରବିନ୍ଦ୍ର ପାଢୀ (ଖ) ପୂଜାଦି ହୋମଯଜ୍ଞ କାର୍ଯ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ସନ୍ତୋଷ କୁମାର ଶତପଥି, ସମ୍ପାଦକ ଅମର ସିଂ, ପିତବାସ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ପଙ୍କଜ ବେହେରା, ଲକ୍ଷ୍ମୀଧର ରଣା, ବିରେନ୍ଦ୍ର ସିଦ୍ଧୁ, ଜଗବନ୍ଧୁ ସାମଲ, ଅଜୟ କୁମାର ସାହୁ ଏବଂ ଦୀପକ କୁମାର ବେହେରା ପ୍ରମୁଖ ଅନ୍ୟ ସଦସ୍ୟ ମାନେ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ଟିକିରା ଦେବୀ ମଣ୍ଡପ ରେ କର୍ତ୍ତା ଗୌରିଶଙ୍କର ମୁନ୍ଦୁଡା ସପତ୍ନିକ ପୂଜାରେ ବସିଥିବା ବେଳେ ମୁଖ୍ୟପୂଜକ ପ୍ରଦୀପ କୁମାର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଗୋବିନ୍ଦ ପଣ୍ଡା, ରମାକାନ୍ତ ପଣ୍ଡା ଏବଂ ଓମ ପ୍ରକାଶ ଶତପଥି ପୂଜାକାର୍ଯ ଆଗେଇ ନେଉଛନ୍ତି । କମିଟିର ସଭାପତି ଚିତ୍ତରଞ୍ଜନ ସାହୁ, ସମ୍ପାଦକ ଶତ୍ରୁଘ୍ନ ସାହୁ, ଉପଦେଷ୍ଟା ଉତ୍ତମ କୁମାର ନାୟକ, ଲଲାଟେନ୍ଦୁ ସାହୁ, ଗତିକୃଷ୍ନ ଦଳେଇ, ସ୍ମୃତିରଞ୍ଜନ ମହାପାତ୍ର, ଶ୍ରୀକାନ୍ତ ସାହୁ, ଅରୁଣ ବେହେରା, ମିହିର ଲାହା, ରାଜେଶ କୁମାର ଲାଖୋଟିଆ, ଅରୁଣ କୁମାର ବେହେରା ପ୍ରମୁଖ ଅନ୍ୟମାନେ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି। ଉଭୟ ମଣ୍ଡପରେ ଆକର୍ଷଣୀୟ ମୃଣୟ ପ୍ରତିମା, ସୁଦୃଶ୍ୟ ତୋରଣ ସ୍ଥାପନ ସହ ଆଲୋକ ମାଳା ରେ ମଣ୍ଡପ ସାଜସଜା କରାଯାଇଛି ।ଦେବୀ ମଣ୍ଡପ ରେ ୧୨ ତାରିଖ ଶିଶୁ ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣ ପ୍ରବଚନ ଦେବା କାର୍ଯ୍ୟକ୍ରମ ଥିବା ବେଳେ ବିଜୟା ଦଶମୀ ରେ ସଞ୍ଚାର ଡ୍ୟାନ୍ସ ଗ୍ରୁପ ଡ୍ୟାନ୍ସ ପରିବେଷଣ କରିବେ ବୋଲି କମିଟି ସୂଚନା ଦେଇଛି। ସେହିପରି ଶ୍ରୀ ଦୁର୍ଗା ପୂଜା କମିଟି ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଜୟା ଦଶମୀ ରେ ରାବଣ ପୋଡ଼ି ସହ ମେଲୋଡି ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରଖାଯାଇଥିବା କମିଟି ସୂଚନା ଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories