www.samajalive.in
Saturday, December 13, 2025
23.1 C
Bhubaneswar

ପାର୍ବଣରେ ଜନପଥରେ ଅସମ୍ଭାଳ ଟ୍ରାଫିକ, କଟକଣା ନେଇ ସତର୍କ ସୂଚନା ଜାରି କଲା କମିଶନରେଟ ପୁଲିସ

ଭୁବନେଶ୍ୱର : ପାର୍ବଣ ସମୟରେ ରାଜଧାନୀର ରାସ୍ତାଘାଟରେ ଟ୍ରାଫିକ ଜାମ୍‍ ହେଉଛି। ବିଶେଷ କରି ଜନପଥରରେ ପ୍ରବଳ ଜନଗହଳି ହେଉଥିବାବେଳେ ଟ୍ରାଫିକ ପୋଷ୍ଟଗୁଡ଼ିକରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଅପରପକ୍ଷରେ ସଙ୍କୁଚିତ ରାସ୍ତାରେ ବିଏମ୍‍ସି ପାର୍କିଂ ଅନୁମତି ଦେଇଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ପାର୍ବଣକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାର୍ବଣ ପାଇଁ ରାତି ୧୦ଟା ସୁଦ୍ଧା ଭିଡ଼ ଲାଗି ରହୁଥବାରୁ କଟକଣା ଜାରି କରିଛି  କମିଶନରେଟ ପୁଲିସ। ବିଶେଷ କରି ରସୁଲଗଡ଼, ରୂପାଲି, କଳ୍ପନା, ପୁରୁଣା ଷ୍ଟେସନ ବଜାର ଆଦିରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଭିଡ଼ଠାରୁ ଦୂରୋଇ ରହିବା ପାଇଁ କମିଶନରେଟ ପୁଲିସ ପରାମର୍ଶ ଦେଇଛି। କମିଶନରେଟ ପୁଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦେଶକୁ ସମସ୍ତେ ମାନିବା ପାଇଁ ଅନୁରୋଧ କରାଯାଇଛି।

ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ଲମ୍ବିଥିବା ଜନପଥରେ ଏବେ ଅସମ୍ଭାଳ ଟ୍ରାଫିକ ଭିଡ ହେଉଛି । ଏହି ସଡର ଉଭୟ ପାଶ୍ୱର୍ରେ ସ୍ମାର୍ଟସିଟି ପ୍ରକଳ୍ପ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ଯେତିକି ବି ସ୍ଥାନ ରହିଛି ସେଠାରେ ବିଏମ୍‍ସି ପାର୍କିଂ ପାଇଁ ଅନୁମତି ଦେବା ସହିତ ଅର୍ଥ ଆଦାୟ କରୁଛି । ଏଥି ସହିତ ଏହି ରାସ୍ତାପାଶ୍ୱର୍ରେ ରାଜଧାନୀର ସର୍ବାଧିକ ବ୍ୟବସାୟିକ କେନ୍ଦ୍ର ରହିଥିବାରୁ ଗହଳି ବଢିବାରେ ଲାଗିଛି ।

- Advertisement -

ସ୍ମାର୍ଟସିଟି କର୍ତ୍ତୃପକ୍ଷ ଜନପଥକୁ ଟାଇଲ୍‍ ବିଛାଇ ସଙ୍କୁଚିତ କରିଦେଇଛନ୍ତି । ଯେତିକି ସ୍ଥାନ ରହିଛି ସେଠାରେ ବିଭିନ୍ନ ଦପ୍ତର ଓ ବ୍ୟବସାୟ କେନ୍ଦ୍ରର ଯାନ ବାହାନ ସକାଳୁ ଆସି ଛିଡାହୋଇ ଯାଉଛି । ଯେହେତୁ ଏଠାରେ ବିଏମ୍‍ସି ଅର୍ଥ ଆଦାୟ କରୁଛି ତେଣୁ ଲୋକେ ପଇସା ଦେଇ ନିର୍ଭୟରେ ରାସ୍ତାଉପରେ ଗାଡିମୋଟର ରଖି ଚାଲି ଯାଉଛନ୍ତି । ପାର୍କିଂ ସ୍ଥାନ ବାହାରେ ଜନପଥ ଉପରେ ରଖାଯାଉଥିବା ଗାଡିମୋଟରରୁ ବି ବିଏମ୍‍ସି ଅର୍ଥ ଆଦାୟ କରୁଛି ।

ସେହିଭଳି ଜନପଥର ଭିଡ ହ୍ରାସ ପାଇଁ ଶହୀଦନଗର ଠାରେ ଗୋଟିଏ ବହୁତଳ ପାର୍କିଂ ସୌଧ ନିର୍ମାଣ ହେଉଥିଲେ ମଧ୍ୟ ସେଠାରେ କେହି ଗାଡିମୋଟର ରଖୁନାହାନ୍ତି । କାରଣ ପାର୍କିଂ ସ୍ଥଳରୁ ବିଭିନ୍ନ ବ୍ୟବସାୟ କେନ୍ଦ୍ରର ଦୂରତା ଅଧିକ ରହୁଥିବାରୁ ଲୋକେ ଚାଲି ଚାଲି ଆସିବାବୁ ରାଜି ନୁହନ୍ତି । ଉଲ୍ଲେଖନୀୟ ଯେ ଜନପଥର ଗୋଟିଏ ପାଶ୍ୱର୍ରେ ଏକାଧିକ ପୋଷାକ, ସୁନା ଦୋନାନ, ମଲ୍‍, ହୋଟେଲ, ରାଜନୈତିକ ଦଳର ଦପ୍ତର ଓ ସରକାରୀ ଦପ୍ତର ଆଦି ରହିଛି । ତେଣୁ ଅଧିକାଂଶ ଭିଡ ଏହିଠାରେ ହିଁ ପରିଲକ୍ଷିତ ହେଉଛି ।

ପାର୍କିଂ ପାଇଁ ସ୍ଥାନ ନଥିଲେ ଘର ତିଆରି ପାଇଁ ସହଜରେ ସରକାରୀ ଅନୁମତି ମିଳୁନଥିଲେ ଜନପଥ ପାଶ୍ୱର୍ରେ କିନ୍ତୁ ଏକାଧିକ ନାମୀ ଦାମୀ କମ୍ପାନୀର ସୋ ରୁମ୍‍ ଖୋଲିବାକୁ କର୍ତ୍ତୃପକ୍ଷ ଅନୁମତି ଦେବା ସହିତ ଫିତାକାଟି ତାହାକୁ ଉଦ୍‍ଘାଟନ କରୁଛନ୍ତି । ତେବେ ଏହିସବୁ ବାଣିଜ୍ୟ କେନ୍ଦ୍ରକୁ ଯିବାକୁଥିବା ଗ୍ରାହକମାନେ କେଉଁଠାରେ ଗାଡିମୋଟର ରଖିବେ ତାହାର କୌଣସି ବ୍ୟବସ୍ଥା ହେଉନାହିଁ । ଫଳରେ ଲୋକମାନେ ବାଧ୍ୟହୋଇ ରାସ୍ତାଉପରେ ନଚେତ ଆଖପାଖର ଗଳିକନ୍ଦିରେ ନିଜ ନିଜର ଯାନ ରଖି ସାମଗ୍ରୀ ଖରିଦ ପାଇଁ ଯାଉଛନ୍ତି ।

ତେବେ ସବୁଠାରୁ ବଡ କଥା ହେଲା ପୂଜା ସମୟରେ ଆଇନ୍‍ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‍ର ବଳର ହିସାବ ଦିଆଯାଉଥିବାବେଳେ ରାଜଧାନୀର ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଜନପଥ ପର୍ଯ୍ୟନ୍ତ ଲୋକେ ଗାଡିମୋଟର କେଉଁଠାରେ ରଖିବେ ସେ ନେଇ କୌଣସି ସେଭଳି ସୂଚନା ଦିଆଯାଉନାହିଁ । ବର୍ତ୍ତମାନ ପାର୍ବଣ ଋତୁରେ ରାଜଧାନୀର ବିଭିନ୍ନ ସ୍ଥାନରେ ଟ୍ରାଫିକ ଭିଡ ହେଉଥିବାବେଳେ ଜନପଥର ଯନ୍ତ୍ରଣା କିନ୍ତୁ ସମସ୍ତଙ୍କୁ ଟପିଗଲାଣି ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories