ହ୍ୱାଟ୍‍ସଆପ୍‍ ମେସେଜ୍‍ ପାଇଁ କମ୍ପାନୀର ବଜାର ମୂଲ୍ୟ ୭୧% ହ୍ରାସ

0

ନୂଆଦିଲ୍ଳୀ: ହ୍ୱାଟ୍‍ସଆପ୍‍ରେ ଆସିଥିବା ଏକ ମେସେଜ୍‍ ଯୋଗୁଁ ଇନ୍‍ଫିବିମ୍‍ ଆଭେନ୍ୟୁର ଅଂଶଧନର ବଜାର ମୂଲ୍ୟ ୭୧% ହ୍ରାସ ପାଇଛି। ସେୟାରହୋଲ୍‍ଡରମାନଙ୍କର ବୈଠକ ଅବସରରେ ହ୍ୱାଟ୍‍ସଆପରେ ଏକ ମେସେଜ୍‍ ଆସିଥିଲା। ସେଥିରେ ଇକମର୍ସ ଫାର୍ମଗୁଡ଼ିକର କାର୍ଯ୍ୟକାରିତା ଓ ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଥିଲା। କିଛ ମାସ ତଳୁ ଏକିରସ୍‍ ନାମକ ଏକ ସଂସ୍ଥା ପକ୍ଷରୁ ତାର ଜଣେ କ୍ଳାଏଣ୍ଟ ପାଖକୁ ଉକ୍ତ ମେସେଜ୍‍ ପଠାଯାଇଥିଲା। ସେହି ମେସେଜକୁ ପୁଣି କେହି ଜଣେ ଇନ୍‍ଫିବିମ୍‍ ଆଭେନ୍ୟୁର ସେୟାରହୋଲ୍‍ଡରମାନଙ୍କ ନିକଟକୁ ପଠାଇ ଦେଇଥିଲା। ଏହାପରେ ସେୟାରହୋଲଡରମାନେ ଖୁବ୍‍ କମ୍‍ ଦାମରେ ସେମାନଙ୍କ ସେୟାର ବିକ୍ରି କରିବାରେ ଲାଗିଥିଲେ। ଏହାଫଳରେ କମ୍ପାନୀର ସେୟାର ମୂଲ୍ୟରେ ଉଲ୍ଳେଖନୀୟଭାବେ ହ୍ରାସ ଘଟିଥିଲା। ପରବର୍ତ୍ତୀ ସମୟରେ ଷ୍ଟକ୍‍ ଏକ୍ସଚେଞ୍ଜରେ କମ୍ପାନୀ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ସେଥିରେ କମ୍ପାନୀ କାରବାର, ନୀତି ଓ ଲକ୍ଷ୍ୟ ବିଷୟରେ ସବିଶେଷ ତଥ୍ୟ ଷ୍ଟକ ଏକ୍ସଚେଞ୍ଜ ନିକଟରେ ପ୍ରଦାନ କରିବାକୁ ପଡ଼ିଥିଲା। ଏହାପରେ ସେୟାର ମୂଲ୍ୟରେ କିଛିଟା ସୁଧାର ଆସିଥିଲା।

Leave A Reply