nua o banner

ହୁରିୟତ ଅଧ୍ୟକ୍ଷ ଓ ପୁଲିସ ପୁଅ ଆତଙ୍କବାଦୀ ସଂଗଠନରେ ସାମିଲ

BSKY banner  750×100
0

ଶ୍ରୀନଗର: ଶ୍ରୀନଗରରେ ତହରିକ୍‌-ଏ-ହୁରିୟତର ନବନିଯୁକ୍ତ ଅଧ୍ୟକ୍ଷ ଅସରଫ ସରଇଙ୍କ ପୁଅ ଜୁନୈଦ ଅସରଫ ଖାନ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ସାମିଲ ହୋଇଛି। ୨୬ ବର୍ଷୀୟ ଜୁନୈଦ ଶୁକ୍ରବାରଠାରୁ ନିଖୋଜ ରହିଥିଲେ। ତେବେ ଜୁନୈଦ ଏକ ଏକେ-୪୭ ବନ୍ଧୁକ ଧରି ଉଠାଇଥିବା ଫଟୋ ଶନିବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ପରେ ସେ ଆତଙ୍କବାଦୀ ସଂଗଠନରେ ଯୋଗଦାନ କରିବା ନେଇ ଜଣାପଡ଼ିଥିଲା। କେବଳ ଜୁନୈଦ ନୁହଁନ୍ତି ପୁଲୱାମାରେ କାର୍ଯ୍ୟରତ ଜଣେ ହେଡ କନଷ୍ଟେବଳଙ୍କ ପୁଅ ମଧ୍ୟ ଆତଙ୍କବାଦୀ ସଂଗଠନ (ଜୈସ-ଏ-ମହମ୍ମଦ)ରେ ସାମିଲ ହୋଇଛନ୍ତି। ଅପରପକ୍ଷରେ ଜୁନୈଦ ଆତଙ୍କବାଦୀ ସଂଗଠନରେ ସାମିଲ ହେବା ନେଇ ତାଙ୍କ ବାପା ସଇଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି। ଏଥିସହ ଜୁନୈଦ ଆତଙ୍କବାଦ ପନ୍ଥା ପରିତ୍ୟାଗ କରି ଚାଲି ଆସିବାକୁ ନିବେଦନ କରିଛନ୍ତି।

Leave A Reply