ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ କୁପୁୱାଡା ଓ ଆର୍‍ ଏସ୍‍ ପୁରା ସେକ୍ଟର ପରିଦର୍ଶନ

0

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଆଜି କୁପୁୱାଡା ଜିଲ୍ଲା ପରିଦର୍ଶନ କରିଛନ୍ତି । ସୀମାନ୍ତରେ ଗୁଳିଗୋଳା ବିନିମୟ ଯୋଗୁଁ ବାସଚ୍ୟୁତ ହେଉଥିବା ପରିବାର ଲୋକମାନଙ୍କୁ ସେ ସାକ୍ଷାତ କରି ସେମାନଙ୍କର ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଶ୍ରୀ ସିଂହ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ସନ୍ନିକଟ ଆର୍‍ ଏସ୍‍ ପୁରା ସେକ୍ଟର ପରିଦର୍ଶନ କରିଛନ୍ତି । ସୀମାନ୍ତରେ ଉତ୍ତେଜନା ବୃଦ୍ଧି ଏବଂ ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ ଦୃଷ୍ଟିରୁ ସେଠାକାର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ପାଇଁ ଶ୍ରୀ ସିଂହ ସେହି ଅଞ୍ଚଳ ଗସ୍ତ କରିଛନ୍ତି । ସେଠାରେ ସେ ଉନ୍ନୟନମୂଳକ ଯୋଜନାଗୁଡ଼ିକର ସମୀକ୍ଷା କରିବା ସଙ୍ଗେସଙ୍ଗେ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ପ୍ରତିନିଧି ଦଳ ସେମାନଙ୍କର ସମସ୍ୟା ବିଷୟରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିବାର ଜଣାପଡିିଛି ।

Leave A Reply