www.samajalive.in
Sunday, December 7, 2025
23.1 C
Bhubaneswar

ସ୍କୁଲ ନିଷ୍ପତ୍ତି ହାଇକୋର୍ଟରେ କାଏମ

କଟକ: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କୁ ଉପର ଶ୍ରେଣୀକୁ ପଦୋନ୍ନତି ଦିଆ ନଯିବା ପ୍ରସଙ୍ଗରେ ହାଇକୋର୍ଟ ଜଷ୍ଟିସ ଏ.କେ ରଥଙ୍କ ଖଣ୍ଡପୀଠ ବିଦ୍ୟାଳୟ ନିଷ୍ପତ୍ତିକୁ କାଏମ ରଖିବା ସହ ଏନେଇ ଆବେଦନକୁ ଖାରଜ କରିଛନ୍ତି। ତେବେ ଆବେଦନକାରୀ ପରବର୍ତ୍ତୀ ପରୀକ୍ଷାରେ ସଫଳତା ପାଇବେ ବୋଲି କୋର୍ଟ ଦର୍ଶାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ର ଏକାଦଶ ଶ୍ରେଣୀରେ ଅର୍ଥନୀତି ବିଷୟରେ ଆଶାଜନକ ମାର୍କ ରଖି ନଥିଲେ। ୨୦୧୭-୧୮ ଶିକ୍ଷାବର୍ଷ ବାର୍ଷିକ ପରୀକ୍ଷାରେ ସମୁଦାୟ ୮୦ ମାର୍କରୁ ଛାତ୍ର ଜଣକ ୨୨ମାର୍କ ରଖିଥିଲେ। ତେବେ ଶତକଡ଼ା ୩୩ ପ୍ରତିଶତ ମାର୍କ ହାସଲ କରି ନଥିବାରୁ ତାଙ୍କୁ ଉପର ଶ୍ରେଣୀକୁ ପଦୋନ୍ନତି ଦିଆଯାଇନଥିଲା। କିନ୍ତୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାର ସୁଯୋଗ ଥିବାବେଳେ ଛାତ୍ର ଜଣକ ମଧ୍ୟ ୩୩ ପ୍ରତିଶତ ମାର୍କ ହାସଲ କରି ନଥିଲେ। ଫଳରେ ସ୍କୁଲ କର୍ତ୍ତୃପକ୍ଷ ଉପର ଶ୍ରେଣୀକୁ ପଦୋନ୍ନତି ଦେଇ ନଥିଲେ। ତେବେ ଆବେଦନକାରୀ ଜାତୀୟ ସ୍ତରୀୟ ଏକ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ହାସଲ କରିଥିବା ସାର୍ଟିଫିକେଟ ସ୍କୁଲରେ ପ୍ରଦାନ କରି ନିୟମ ଅନୁସାରେ ଗ୍ରେସ୍ ମାର୍କ ୪ ନମ୍ବର ଦିଆଯାଉ ବୋଲି ନିବେଦନ କରିଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଅଗ୍ରାହ୍ୟ କରି ଉପର ଶ୍ରେଣୀକୁ ପଦୋନ୍ନତି ଦେଇନଥିଲେ। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଆଇନଜୀବୀ ହୃଷିକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories