ସାମସଙ୍ଗ୍‌ ଗାଲାକ୍ସି ଏସ୍‌ ୮ ଓ ଏସ୍‌ ୮ ପ୍ଲସ୍‌ ମୂଲ୍ୟ ହ୍ରାସ

0

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ୍‌ ଗାଲାକ୍ସି ଏସ୍‌୯ ଓ ଗାଲାକ୍ସି ଏସ୍‌ ୯ ପ୍ଲସ୍‌ ଭାରତ ବଜାର ପ୍ରବେଶ କରିଛି। ତେବେ ନୂଆ ସ୍ମାର୍ଟଫୋନ ଆସିବା ପରେ କମ୍ପାନୀ ଗାଲାକ୍ସି ଏସ୍‌ ୮ ଓ ଗାଲାକ୍ସି ଏସ୍‌ ୮ ପ୍ଲସ୍‌ ସ୍ମାର୍ଟଫୋନ ମୂଲ୍ୟ ହ୍ରାସ କରିଛି। ସାମସଙ୍ଗ ଗାଲାକ୍ସି ଏସ୍‌ ୮ ୬୪ ଜିବି ଭାରିଆଣ୍ଟ ଏବେ ୪୯,୯୯୦ ଟଙ୍କାରେ ଉପଲବ୍ଧ। ଏହି ସ୍ମାର୍ଟଫୋନ ୫୭,୯୦୦ ଟଙ୍କାରେ ବଜାର ପ୍ରବେଶ କରିଥିଲା ଏହି ଫୋନ ମୂଲ୍ୟ ଏବେ ୭୯୧୦ ଟଙ୍କା କମ୍‌ ହୋଇଯାଇଛି। ସେହିପରି ୧୧,୦୦୦ ଟଙ୍କା ହ୍ରାସ ପାଇ ଗାଲାକ୍ସି ଏସ୍‌ ୮ ପ୍ଲସ୍‌ ୬୪ ଜିବି ଭାରିଆଣ୍ଟ ମୂଲ୍ୟ ଏବେ ୫୩,୯୦୦ ଟଙ୍କା ରହିଛି। ସେହିପରି ଗାଲାକ୍ସି ଏସ୍‌ ୮ ପ୍ଲସ୍‌ ୧୨୮ ଜିବି ଭାରିଆଣ୍ଟ ୬୪,୯୦୦ ଟଙ୍କାରେ ଉପଲବ୍ଧ।

Leave A Reply