’ସମାଜ’ ସାମ୍ବାଦିକଙ୍କୁ ଧମକ

0

ଜୟପୁର: ଦୈନିକ ‘ସମାଜ’ର ଜୟପୁର ଶାଖା କାର୍ଯ୍ୟାଳୟରେ କାର୍ଯ୍ୟରତ ସାମ୍ବାଦିକ ଆମ୍‍ଜାଦ୍‍ ଅଲ୍ଲିଙ୍କୁ ଅଜଣା ବ୍ୟକ୍ତି ଫୋନ୍‍ରେ ହତ୍ୟା ଧମକ ଦେଇଛନ୍ତି। ଆମ୍‍ଜାଦ୍‍ କିଛି ଦିନ ତଳେ ‘ସମାଜ’ରେ ଆପ୍ରେଣ୍ଟିସ୍‍ ଭାବେ ଯୋଗ ଦେଇଛନ୍ତି। ‘ସମାଜ’ରେ ପ୍ରକାଶିତ କେତେକ ଖବରର ପ୍ରତିବାଦରେ ଏଭଳି ଧମକ ମିଳିଛି। ଏ ସଂକ୍ରାନ୍ତରେ ଆମଜାଦ୍‍ ଜୟପୁର ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୁଲିସ ଭାରତୀୟ ଦଣ୍ଡବିଧି ସଂହିତା ୨୯୪ ଓ ୫୦୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୮୯୮୪୫୩୮୭୭୯ ନଂରୁ ସମ୍ପୃକ୍ତ ବ୍ୟକ୍ତି କଲ୍‍ କରି ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ସେଠାରେ କାର୍ଯ୍ୟରତ ଆଉ ଜଣେ ସାମ୍ବାଦିକ(ଆପ୍ରେଣ୍ଟିସ୍‍) ସ୍ୱାଗତ ସାହୁଙ୍କୁ ଫୋନ୍‍କୁ ମଧ୍ୟ ଉପରୋକ୍ତ ନଂରୁ କଲ୍‍ ଆସିଥିଲା। କିନ୍ତୁ ଶ୍ରୀ ସାହୁ ଫୋନ୍‍ ଉଠାଇ ନଥିଲେ ବୋଲି କହିଛନ୍ତି।

Leave A Reply