BJD Bijuli 480×75 Mob

ଶୋଭାଯାତ୍ରାରେ ଆସି ସମ୍ବଲପୁର ସାଂସଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

BJD Bijuli 480×75 Mob

ସମ୍ବଲପୁର:ବିରାଟ ଶୋଭାଯାତ୍ରାରେ ଆସି ବିଜେପିର ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀମାନେ। ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି  ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଙ୍ଗାଲି ବିଧାନସଭା ପାଇଁ ନାଉରୀ ନାୟକ ପ୍ରାର୍ଥୀପତ୍ର ଦାଖଲକରିଛନ୍ତି। ଶ୍ରୀ ପ୍ରଧାନ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିକଟରେ ନିଜର ପ୍ରସ୍ତାବକ ମାନଙ୍କ ସହିତ ନାମାଙ୍କନପତ୍ର ଦାଖଲ କରିଥିଲେ।

ସେହିଭଳି ରେଙ୍ଗାଲି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ନାଉରୀ ନାୟକ ନିଜର ପ୍ରସ୍ତାବକ ମାନଙ୍କ ସହିତ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତିଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ।  ଆଜି ଶୁଭ ମୁହୁତ୍ତ ନ ଥିବାରୁ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିବା ବେଳେ କିନ୍ତୁ ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।

ଗୁରୁବାର ସକାଳ ସମୟରେ ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମାଁ ସମଲେଶ୍ୱରୀ ଓ ମାଁ ପାଟଣେଶ୍ୱରୀଙ୍କ ଦର୍ଶନ ପରେ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ। ମାଁ ସମଲେଶ୍ୱରୀ ମନ୍ଦିରରୁ କମଳି ବଜାର, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା, ମ୍ୟୁନିସିପାଲିଟି ଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ। ଏହି ଶୋଭାଯାତ୍ରାରେ ଦୁଲଦୁଲି, ଧମାଲ ବାଜା, ମହିଳା କୃଷ୍ଣ ଗୁରୁ ନୃତ୍ୟ, ଡିଜେ, ଆଦିବାସୀ ନୃତ୍ୟ, ଘୋଡା ନୃତ୍ୟ ଆଦି ସାମିଲ ହୋଇଥିଲା।

Comments are closed.