ରାଷ୍ଟ୍ରପତି ଭବନରୁ ଗଳିତ ମୃତଦେହ ଉଦ୍ଧାର

0

ନୂଆଦିଲ୍ଲୀ: ଜନୈକ ବ୍ୟକ୍ତିଙ୍କ ଗଳିତ ମୃତଦେହ ରାଷ୍ଟ୍ରପତି ଭବନର କର୍ମଚାରୀ ଆବସରୁ ଉଦ୍ଧାର କରାଯାଇଛି। ପଡ଼ୋଶୀଙ୍କ ଅଭିଯୋଗ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଥିଲା। ଗୁରୁବାର ବିଳମ୍ବିତ ରାତିରେ ନିଦ୍ଦିଷ୍ଟ କୋଠରୀକୁ ଭାଙ୍ଗିବା ପରେ ପୁଲିସ ମୃତଦେହକୁ ଉଦ୍ଧାର କରିଛି। ମୃତଦେହଟି ୪ରୁ ୫ଦିନ ପୁରୁଣା ବୋଲି ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ସୂଚନା ଦେଇଛି।
ମୃତ ଦେହଟି ରାଷ୍ଟ୍ରପତିଙ୍କ ସଚିବାଳୟରେ କାର୍ଯ୍ୟରତ ତିଲକ ଚାନ୍ଦଙ୍କ ବୋଲି ଅନ୍ୟାନ୍ୟ କର୍ମଚାରୀଙ୍କ ସାକ୍ଷ୍ୟ ପ୍ରମାଣରୁ ଜଣାପଡ଼ିଛି। ନିକଟରେ ରାଷ୍ଟ୍ରପତିଭବନ ମଧ୍ୟରେ ଥିବା କର୍ମଚାରୀ ଆବାସରେ ତିଲକ ରହୁଥିଲେ। କିଛି ଦିନ ଧରି ସେ ଅସୁସ୍ଥ ଥିବା ପଡ଼ୋଶୀମାନେ ପ୍ରକାଶ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୃତ୍ୟୁର କାରଣ ହୃତଘାତ ବୋଲି ସନ୍ଦେହ କରାଯାଉ ଥିଲେ ମଧ୍ୟ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।

Leave A Reply