ଯୌନଶୋଷଣ ବିରୁଦ୍ଧରେ ଚୁପ ରହୁଛନ୍ତି ବଲିଉଡ ଅଭିନେତ୍ରୀ : ତାପସି ପନ୍ନୂ
ମୁମ୍ବଇ : ଯୌନଶୋଷଣ ବିରୁଦ୍ଧରେ ବଲିଉଡ ଅଭିନେତ୍ରୀମାନେ ଚୁପ ରହୁଛନ୍ତି ବୋଲି ତାପସି ପନ୍ନୂ କହିଛନ୍ତି। ପିଙ୍କ୍ , ନାମ ସବାନା’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଅଭିନେତ୍ରୀ ତାପସି ପନ୍ନୂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ମାନେ ଯୌନ ଶୋଷଣର ଶିକାର ହୋଇ ମଧ୍ୟ ଚୁପ ରହୁଥିବା କଥା ସେ ପ୍ରକାଶ କରିଛନ୍ତି। ଏହା ଉପରେ ସେମାନେ କୌଣସି ପଦକ୍ଷପ ନେଉନାହାନ୍ତି। କାଳେ ସେମାନଙ୍କ ଚରିତ୍ରକୁ ନେଇ ଲୋକମାନଙ୍କ ମନରେ ଖରାପ ଭାବନା ଜାତହେବ , ଯାହାଦ୍ୱାରା ସେମାନେ ଅପମାନିତ ହେବେ। ସେଥିପାଇଁ ଅଧିକାଂଶ ଅଭିନେତ୍ରୀ ଚୁପ ରହୁଛନ୍ତି ବୋଲି ତାପସୀ କହିଛନ୍ତି।