BJD Bijuli 480×75 Mob

ଯୁବପିଢ଼ିଙ୍କ ପାଇଁ ଉତ୍କୃଷ୍ଟ ଉଦାହରଣ

BJD Bijuli 480×75 Mob
0

ଏବର ଯୁବବର୍ଗ ଇଣ୍ଟରନେଟ୍ ଦୁନିଆ କବଳିତ ହେଲା ଭଳି ସ୍ପଷ୍ଟ ଦେଖାଯାଉଛି। ମୋବାଇଲର ଏହି ଯୁଗରେ ଲୋକେ ମାନବିକତା ଭୁଲିଗଲେଣି ବୋଲି ଅନେକଙ୍କ ମତ। ହେଲେ ପ୍ରକୃତ ପରିସ୍ଥିତି କିନ୍ତୁ ଭିନ୍ନ। ଏବେ ମଧ୍ୟ ,ଭଳି ବ୍ୟକ୍ତିତ୍ବ ଅଛନ୍ତି, ଯେଉଁମାନେ ଯୁବପିଢ଼ିଙ୍କ ନିମନ୍ତେ ଉଚିତ୍ ମାର୍ଗଦର୍ଶକ ହୋଇପାରିବେ।

ହାଇଦରାବାଦର ୨୫ ବର୍ଷୀୟ ଯୁବକ ମହମ୍ମଦକୁ ନେଇ ଏବେ ଇଣ୍ଟରନେଟ୍ ଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଚର୍ଚ୍ଚା। ଯୌଥ ପରିବାରର ଏହି କଲେଜ ପଢ଼ୁଆ ଯୁବକ ଦୈନିକ ନିଜେ ସକାଳ ଜଳଖିଆ କରିବା ପୂର୍ବରୁ ୧୮୦୦ଅସହାୟ ଲୋକଙ୍କ ଜଳଖିଆର ଦାୟିତ୍ବ ନେଇଛି। କୌଣସି ପ୍ରଚାର ଉଦ୍ଦେଶ୍ୟରେ ନୁହେଁ, ବରଂ ନିଜ ଆତ୍ମସନ୍ତୋଷ ପାଇଁ ସେ ଏହି କାମ କରୁଛନ୍ତି। ଦୁଇଟି ହସ୍ପିଟାଲର ରୋଗୀଙ୍କ ସମେତ ଗରିବ ଲୋକଙ୍କୁ ସକାଳବେଳା ଉପମା, ଦୋସା ଜଳଖିଆ ପରଷିବା ତାଙ୍କ ଦାୟିତ୍ବ।

କଲେଜରେ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ପ୍ରଥମଥର ରେଳଷ୍ଟେସନ୍ ପାଖରେ ରହୁଥିବା ଗରିବ ଲୋକଙ୍କୁ ମାଗଣାରେ ଭୋଜନ ଦେଇଥିଲେ। ଏହା ପରେ ମହମ୍ମଦ ସ୍ଥିର କରିଥିଲେ ନିଜ ପକେଟ୍ ମନିକୁ ଅଯଥାରେ ଖର୍ଚ୍ଚ କରିବା ପରିବର୍ତ୍ତେ ବରଂ ଗରିବଙ୍କୁ ଭୋଜନ କରାଇବେ। ତାଙ୍କର ଏହି ବଦାନ୍ୟତା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳର ଧନିକ ବର୍ଗର ଲୋକେ ମଧ୍ୟ ଅର୍ଥ ସାହାଯ୍ୟ କରୁଛନ୍ତି। ଦୈନିକ ମହମ୍ମଦ ୩,୫୦୦ ଟଙ୍କାର ଜଳଖିଆ ପ୍ରସ୍ତୁତ କରି ଲୋକଙ୍କୁ ପେଟପୂରା ଭୋଜନ କରାଇଥାନ୍ତି।

Leave A Reply