ଯମଜ ପୁତ୍ର ସନ୍ତାନର ଜନନୀ ହେଲେ ସନି ଲିଓନୀ

0

କିଛି ମାସ ତଳେ ଚର୍ଚ୍ଚା ପରିସରକୁ ଆସିଥିଲେ ସନି ଲିଓନୀ ଓ ତାଙ୍କ ସ୍ବାମୀ ଡେନିଏଲ୍ ୱେବର୍। ନିଶା ନାମ୍ନୀ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ସନିଙ୍କ ଲୋକପ୍ରିୟତା ବଢ଼ିବାକୁ ଲାଗିଥିଲା। ଗଣମାଧ୍ୟମଠାରୁ ନିଜ ଝିଅକୁ ଯଥେଷ୍ଟ ଦୂରେଇ ରଖୁଥିଲେ ଏହି ଦମ୍ପତି। ନିକଟରେ ସନି ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି, ଝିଅର ଆଗମନ ପରେ ଘରେ ଯମଜ କୁନିପୁଅଙ୍କର ସ୍ବାଗତ ହୋଇଛି। ସରୋଗେସୀ ମାଧ୍ୟମରେ ଦୁଇ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି ଏଇ କିଛି ସପ୍ତାହ ତଳେ। ଖବରକୁ ସମ୍ପୂର୍ଣ୍ଣ ଲୁଚାଇ ରଖିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ ସନି ଓ ଡେନିଏଲ୍। ସନି ଏବେ ମୁମ୍ବଇରେ ଥିବାବେଳେ ଖୁବ୍ ଶୀଘ୍ର ଲଣ୍ଡନ ଯିବେ। ଏବେ କିଛିଦିନ ହେଲା ସୁଟିଂରୁ ବିରତି ନେଇଥିବାବେଳେ ଆସନ୍ତା ମାସ ଶେଷ ସପ୍ତାହରେ ସେ ପୁନଃ ସୁଟିଂରେ ଯୋଗଦେବେ। ସେ ପର୍ୟ୍ୟନ୍ତ ସନି ଲଣ୍ଡନରେ ରହିବେ। କୁନି ଯମଜ ପୁଅଙ୍କ ନାମ ଆଶାର ସିଂ ୱେର୍ ଓ ନୁର୍ ସିଂହ ୱେର୍ ରଖାଯାଇଛି। ଏବେ ତାଙ୍କ ପରିବାର ସମ୍ପୂର୍ଣ୍ଣ ହେଲା ବୋଲି କହିଛନ୍ତି ସନି।

Leave A Reply