ବାସ୍ତୁଶାସ୍ତ୍ର ଅନୁସାରେ ବେଡରୁମ ରଖିବାର ଉଚିତ ଦିଗ

0

ବାସ୍ତୁଶାସ୍ତ୍ର ଗୃହ ନିର୍ମାଣରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନୂତନ ଗୃହ ନିର୍ମାଣ କରିବା ବେଳେ ବାସ୍ତୁଶାସ୍ତ୍ର ଅନୁସାରେ କରିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଗୃହ ତିଆରି କରିବା ଦ୍ୱାରା ଦୁଃଖ,ଦରିଦ୍ରତା ଓ ରୋଗ ସ୍ପର୍ଶ କରି ପାରେ ନାହିଁ।
ନୂତନ ଗୃହ ତିଆରି କରିବା ସମୟରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବେଡରୁମ ତିଆରି କରାଯାଇଥାଏ। ବେଡରୁମରେ ଆମେ ଜୀବନର ପ୍ରତି ଛୋଟ ଓ ବଡ ମୂହୁର୍ତ୍ତ ଅତିବାହିତ କରିଥାଉ। ବେଡରୁମରେ ଆରାମ କରିବା ଦ୍ୱାରା ଶାନ୍ତି ମଧ୍ୟ ମିଳିଥାଏ। ଯଦି ବାସ୍ତୁ ଅନୁସାରେ ବେଡରୁମ ତିଆରି ହୋଇ ନଥାଏ ତେବେ ଶାନ୍ତି ବଦଳରେ ଅଶାନ୍ତି ମିଳିଥାଏ।


ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ବେଡରୁମ କିପରି କରିବା ଉଚିତ..
ପରିବାରର ମୁଖ୍ୟ କିମ୍ବା ବୃଦ୍ଧ ବ୍ୟକ୍ତିଙ୍କ ବେଡରୁମ୍‍ ସର୍ବଦା ନୈଋତ କୋଣରେ ରହିବା ଉଚିତ। ଏହାଦ୍ୱାରା କୌଣସି ଦୁଃଖ ଜୀବନରେ ଆସି ନଥାଏ। ଭୁଲରେ କେବେ ମଧ୍ୟ ଉତ୍ତର ଦିଗରେ ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ବେଡରୁମ ରହିବା ଉଚିତ ନୁହେଁ।


ଘରର କୌଣସିି ସଦସ୍ୟଙ୍କ ବେଡରୁମ ଐଶାନ୍ୟ କିମ୍ବା ଆଗ୍ନେୟ କୋଣରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ସର୍ବଦା ଧନ ସଙ୍କଟ ଦେଖା ନେଇଥାଏ।
ବେଡରୁମ ମଧ୍ୟକୁ ସର୍ବଦା ଆଲୋକ ଓ ପବନ ପ୍ରବେଶ କରୁଥିବା ଉଚିତ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ନଷ୍ଟ ହୋଇ ଯାଇଥାଏ।
ବେଡରୁମ ମଧ୍ୟ କେବେ ବି ଠାକୁର ଘର କରନ୍ତୁ ନାହିଁ। ଏହାଦ୍ୱାରା ଖରାପ ପ୍ରଭାବ ପଡିଥାଏ।

Leave A Reply