www.samajalive.in
Sunday, December 7, 2025
16.1 C
Bhubaneswar

ଇରାନ ଉପରେ ହେବାକୁ ଥିବା ଆକ୍ରମଣ ସବୁଠୁ ଆଶ୍ଚର୍ଯ୍ୟଜନକ ହେବ: ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଗତ ଅକ୍ଟୋବର ୧ ତାରିଖରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହାର ଜବାବରେ ନୀରବ ରହିଥିଲା ଇସ୍ରାଏଲ। ହେଲେ ଇରାନଙ୍କୁ ଧ୍ବଂସ କରିଦେବ ବୋଲି ଇସ୍ରାଏଲ ଚେତାବନୀ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ହେଲେ ଇସ୍ରାଏଲର ଚେତାବନୀ ଇରାନର ନିଦ ହଜାଇ ଦେଇଛି। ଇସ୍ରାଏଲ ପୁନର୍ବାର ଇରାନ ବିରୋଧରେ ଏକ ବଡ଼ ଧରଣର ଆକ୍ରମଣ ହେବ ବୋଲି କହିଛି।

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗ୍ୟାଲାଣ୍ଟ କହିଛନ୍ତି, ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ବିରୋଧରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ କରାଯିବାକୁ ଥିବା ଆକ୍ରମଣ ବଡ଼ ଧରଣର ହେବ। ଇରାନର ଆକ୍ରମଣ ଭୁଲ ଥିଲା। ଏହା ପରୋଧରେ ଆମର ଆକ୍ରମଣ ଘାତକ, ସଠିକ୍‌ ଏବଂ ଆଶ୍ଚର୍ଯ୍ୟଜନକ ହେବ। ଇରାନକୁ ଜଣାପଡ଼ିବ ନାହିଁ ଯେ କ’ଣ ହେଲା କିପରି ହେଲା, ସେମାନେ କେବଳ ପରିଣତି ଦେଖିବେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories