www.samajalive.in
Wednesday, December 10, 2025
26.1 C
Bhubaneswar

ଇରାନ ଉପରେ ହେବାକୁ ଥିବା ଆକ୍ରମଣ ସବୁଠୁ ଆଶ୍ଚର୍ଯ୍ୟଜନକ ହେବ: ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଗତ ଅକ୍ଟୋବର ୧ ତାରିଖରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହାର ଜବାବରେ ନୀରବ ରହିଥିଲା ଇସ୍ରାଏଲ। ହେଲେ ଇରାନଙ୍କୁ ଧ୍ବଂସ କରିଦେବ ବୋଲି ଇସ୍ରାଏଲ ଚେତାବନୀ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ହେଲେ ଇସ୍ରାଏଲର ଚେତାବନୀ ଇରାନର ନିଦ ହଜାଇ ଦେଇଛି। ଇସ୍ରାଏଲ ପୁନର୍ବାର ଇରାନ ବିରୋଧରେ ଏକ ବଡ଼ ଧରଣର ଆକ୍ରମଣ ହେବ ବୋଲି କହିଛି।

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗ୍ୟାଲାଣ୍ଟ କହିଛନ୍ତି, ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ବିରୋଧରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ କରାଯିବାକୁ ଥିବା ଆକ୍ରମଣ ବଡ଼ ଧରଣର ହେବ। ଇରାନର ଆକ୍ରମଣ ଭୁଲ ଥିଲା। ଏହା ପରୋଧରେ ଆମର ଆକ୍ରମଣ ଘାତକ, ସଠିକ୍‌ ଏବଂ ଆଶ୍ଚର୍ଯ୍ୟଜନକ ହେବ। ଇରାନକୁ ଜଣାପଡ଼ିବ ନାହିଁ ଯେ କ’ଣ ହେଲା କିପରି ହେଲା, ସେମାନେ କେବଳ ପରିଣତି ଦେଖିବେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories