www.samajalive.in
Sunday, December 7, 2025
14.1 C
Bhubaneswar

ବାତ୍ୟା ଦୁର୍ଗତଙ୍କ ବିଜୁଳି କଷ୍ଟ

ଫଣି ବାତ୍ୟାର ଏକମାସ ପରେ ମଧ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲାର ଲୋକଙ୍କୁ ବିଜୁଳିଯୋଗାଣ ସ୍ବାଭାବିକ ହୋଇପାରିନାହିଁ। ଏବେ ମଧ୍ୟ ଜିଲାର ୪୦ଭାଗ ଅଞ୍ଚଳରେ ବିଜୁଳି ପୁନଃଯୋଗାଣ ସମ୍ଭବ ହୋଇନି। ଏହାଛଡ଼ା ଅନ୍ୟାନ୍ୟ ବାତ୍ୟାକ୍ଷତିଗ୍ରସ୍ତ ଜିଲାରେ ବିଜୁଳି ଯୋଗାଣ ଅସଂପୂର୍ଣ୍ଣ ଅବସ୍ଥାରେ ରହିଥିବା ବିଭିନ୍ନ ସ୍ଥାନରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମରେ, ବିନା ବିଜୁଳିରେ କ୍ଷତିଗ୍ରସ୍ତ ଅଞ୍ଚଳର ଜନତା କିପ୍ରକାର ଦୁର୍ବିସହ ଯନ୍ତ୍ରଣା ଭୋଗୁଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆଉ କେଇଦିନ ପରେ ମୌସୁମି ଆସିଯିବ ଏବଂ ବିଜୁଳିଯୋଗାଣ କାର୍ଯ୍ୟ ଏହାଦ୍ବାରା ମଧ୍ୟ ବ୍ୟାହତ ହେବ। ତେଣୁ ବିପନ୍ନ ଅଞ୍ଚଳର ଲୋକଙ୍କ ସ୍ଥିତି ଆହୁରି ବିଗିଡ଼ି ପାରେ।
ଏକଥା ସତ ଯେ ଫଣି ବାତ୍ୟାରେ ବିଦ୍ୟୁତବିଭାଗ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଭିତ୍ତିଭୂମି ପୁନଃନିର୍ମାଣ ତଥା ଶକ୍ତି ପୁନଃଯୋଗାଣ ପାଇଁ ଏକ ମସ୍ତବଡ଼ ଆହ୍ବାନ ସୃଷ୍ଟି ହୋଇଛି। ବାତ୍ୟାର ଏକମାସ ମଧ୍ୟରେ ପୁନଃନିର୍ମାଣ କାର୍ଯ୍ୟ ଶେଷ ନ’ହେବା ପଛରେ ନିଶ୍ଚିତ କିଛି କାରଣ ରହିଛି। ଲୋକବଳ, ସାଧନ, ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ଭଳି ଉପକରଣର ଅଭାବ ସେଥିମଧ୍ୟରୁ ଅନ୍ୟତମ। ପ୍ରଶ୍ନଉଠୁଛି ଯେ ସରକାର ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇ କାର୍ଯ୍ୟ କରୁଥିବାବେଳେ କାମ ପଛେଇବା କାରଣ କ’ଣ ? ତାହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଇତିମଧ୍ୟରେ ନୂଆ ସରକାର ଦାୟିତ୍ବ ନେଇଛନ୍ତି। ବିଦ୍ୟୁତ୍‌ ମନ୍ତ୍ରୀ ପରିସ୍ଥିତି ସମ୍ପର୍କରେ ନିଶ୍ଚିତ ଅବଗତ ହୋଇଥିବେ। ତେଣୁ ଅବଶିଷ୍ଟ କାମ ଯେପରି ଯଥାଶୀଘ୍ର ଶେଷ ହେବ ସେଥିପ୍ରତି ମନ୍ତ୍ରୀ ଗୁରୁତ୍ବ ଦିଅନ୍ତୁ। ସଂପୃକ୍ତ ଅଞ୍ଚଳର ବିଧାୟକ, ଶକ୍ତି ସଚିବ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଆଲୋଚନା କରି ନୂଆ ରଣନୀତି ପ୍ରସ୍ତୁତି ପୂର୍ବକ ଧାର୍ଯ୍ୟ ସମୟସୀମା ମଧ୍ୟରେ ବିଜୁଳି ଯୋଗାଣ ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ କରନ୍ତୁ। ତା’ନହେଲେ ସରକାରଙ୍କୁ ପ୍ରବଳ ଜନଅସନ୍ତୋଷର ସାମ୍ନା କରିବାକୁ ପଡ଼ିବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories