www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ଦ ସତ୍ତ୍ବେ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିିକୁ କେନ୍ଦ୍ର କରି ଦେଶବ୍ୟାପୀ ବନ୍ଦ ପାଳନ ସତ୍ତ୍ବେ ସୋମବାର ବଜାରରେ ତୈଳ ମୂଲ୍ୟରେ ବୃଦ୍ଧିି ଧାରା ଜାରି ରହିଛି। ଅପରପକ୍ଷେ ଉତ୍ପାଦ ଶୁଳ୍କରେ ହ୍ରାସ ଜରିଆରେ ଦର ବୃଦ୍ଧିିରୁ ଖାଉଟିଙ୍କୁ ନିସ୍ତାର ଦେବାକୁ ଦାବି ହେଉଥିଲେ ମଧ୍ୟ ଏହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ଇତି ମଧ୍ୟରେ ଢିଜେଲ ଦରରେ ବୃଦ୍ଧିି ଯୋଗୁ ପ୍ରତ୍ୟେକ ଦିନ ଏହା ସର୍ବକାଳୀନ ରେକର୍ଡ ମୂଲ୍ୟରେ ପହଞ୍ଚୁଛି।
ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୨୩ ପଇସା ବୃଦ୍ଧିି ଘଟି ୮୦ ଟଙ୍କା ୭୩ ପଇସା ଏବଂ ଡିଜେଲରେ ୨୨ ପଇସା ବୃଦ୍ଧିି ୭୨ ଟଙ୍କା ୮୩ ପଇସାକୁ ବୃଦ୍ଧି ଘଟିଛି। ଦେଶରେ ମୁମ୍ବଇରେ ପେଟ୍ରୋଲ
ଲିଟର ସର୍ବାଧିକ ୮୮ ଟଙ୍କା ୧୨ ପଇସା ଏବଂ ଡିଜେଲ ଲିଟର ପିଛା ୭୭ ଟଙ୍କା ୭୨ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୨୩ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୬୪ ପଇସାରେ ପହଞ୍ଚି ୮୦ ଟଙ୍କା ନିକଟତର ହୋଇଛି। ରବିବାର ଏହା ଲିଟର ପିଛା ୭୯ ଟଙ୍କା ୪୧ ପଇସା ରହିଥିଲା। ସେହିଭଳି ଆଜି ଡିଜେଲ ମୂଲ୍ୟରେ ଲିଟର ପିଛା ୨୪ ପଇସା ବୃଦ୍ଧିି ଘଟି ୭୮ ଟଙ୍କା ୨୦ ପଇସା ହୋଇଛି। ଗତକାଲି ଏହା ଲିଟର ପିଛା ୭୭ ଟଙ୍କା ୯୬ ପଇସା ରହିଥିଲା। ଏଭଳି ସ୍ଥଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ କିମ୍ବା ରାଜ୍ୟ ସରକାର ଭାଟ୍‍ରେ ହ୍ରାସ ଘଟାଇ ରାଜସ୍ୱ କ୍ଷତି କରିବାକୁ ଚାହୁଁନାହାନ୍ତି। ଉତ୍ପାଦ ଶୁଳ୍କରେ ହ୍ରାସ କଲେ ଏହା ବିତ୍ତୀୟ ନିଅଣ୍ଟକୁ ପ୍ରଭାବିତ କରିବ ବୋଲି କେନ୍ଦ୍ର ସରକାର ଆଶଙ୍କା ପ୍ରକାଶ କରଥିବା ଜଣେ ବରିଷ୍ଠ ଅଧିକାରୀ କହୁଛନ୍ତି। ଅଧିକାରୀ ଜଣକ କହିବାନୁଯାୟୀ, ବିହାର, କେରଳ, ପଞ୍ଜାବ ଭଳି ରାଜ୍ୟ ବିକ୍ରି ଟିକସ କିମ୍ବା ଭାଯ୍‍ରେ ହ୍ରାସ କରିବା ସ୍ଥିତିରେ ନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ସହ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଫଳରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories