nua o banner

ଫେସ୍‌ବୁକ୍‍ରେ ଭୋଟରଙ୍କ ତଥ୍ୟ ସଂଯୋଗ ହୋଇ ନାହିଁ: ଇସି

BSKY banner  750×100
0

ନୂଆଦିଲ୍ଲୀ- ଫେସ୍‌ବୁକ୍‍ ପରି ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମରେ ଭୋଟରଙ୍କ କୌଣସି ତଥ୍ୟ ସଂଯୋଗ ହୋଇ ନାହିଁ ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାୱତ କହିଛନ୍ତି। ବ୍ରିଟିଶ ସଂସ୍ଥା “କେମ୍ବ୍ରିଜ୍‍ ଆନାଲିଟିକା’ ଭାରତୀୟ ଭୋଟରଙ୍କ ବିଭିନ୍ନ ତଥ୍ୟ ଚୋରି କରୁଥିବା ଅଭିଯୋଗକୁ ନିର୍ବାଚନ କମିଶନର ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଫେସବୁକ୍‍ “କେମ୍ବ୍ରିଜ୍‍ ଆନାଲିଟିକା’ ମାଧ୍ୟମରେ ଭାରତୀୟ ଭୋଟରଙ୍କୁ ପ୍ରଭାବିତ କରିବା ଚିନ୍ତାର ବିଷୟ ବୋଲି ରାୱତ କହିଛନ୍ତି। ଅଭିଯୋଗ ଆସିବା ପରେ ଆମେ ଆମର ନିଜସ୍ୱ ତଦନ୍ତ ସଂସ୍ଥା ମାଧ୍ୟମରେ ଏ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲୁ। ଭୋଟରମାନେ ସ୍ୱେଚ୍ଛାକୃତଭାବେ ଦେଉଥିବା ତଥ୍ୟକୁ ଫେସବୁକ୍‍ ରେକର୍ଡ଼ କରୁଛି। ଏବେଠାରୁ ସାବଧାନ ହେବା ଜରୁରୀ ବୋଲି ସେ ଚେତାଇ ଦେଇଛନ୍ତି।

Leave A Reply