ଫେସବୁକ୍‌ରୁ ସେୟାର ହୋଇଥିଲା ୮.୭୦କୋଟି ୟୁଜର୍ସ ଡାଟା

0

ନୂଆଦିଲ୍ଲୀ:ଫେସବୁକ୍‌ ଡାଟା ଲିକ ଘଟଣାରେ ନୂଆ ମୋଡ଼ ସାମ୍ନାକୁ ଆସିଛି। ଫେସବୁକ୍‌ ଦ୍ୱାରା ଜାରି ଏକ ସୂଚନାରେ ରାଜନୈତିକ ପରାମର୍ଶଦାତା କମ୍ପାନୀ କେମ୍ବି୍ରଜ ଏନାଲିଟିକା କମ୍ପାନୀକୁ ୫କୋଟି ନୁହେଁ ବରଂ ୮କୋଟି ୭୦ଲକ୍ଷ ଫେସବୁକ୍‌ ଡାଟା ସେୟାର କରାଯାଇଛି। ସେଗୁଡ଼ିକ ମଧ୍ୟରୁ ସର୍ବାଧିକ ଆମେରିକା ୟୁଜର୍ସ ଡାଟା ବୋଲି ଫେସବୁକ୍‌ ସ୍ପଷ୍ଟ କରିଛି। ଏହା ବ୍ୟତୀତ ଭାରତର ୫ଲକ୍ଷ ୬୨ହଜାର ୟୁଜର୍ସ ଡାଟାକୁ ମଧ୍ୟ ଏନାଲିଟିକା କମ୍ପାନୀକୁ ସେୟାର କରାଯାଇଛି। ଅପରପକ୍ଷରେ ଫେସବୁକର ମାଲିକ ମାର୍କ ଜକରବର୍ଗ ଏଭଳି ଅନିୟମିତତା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ନିବେଦନ କରିଛନ୍ତି। ଏଭଳି ଘଟଣା ପରେ ଫେସବୁକ ଦ୍ୱାରା ନୂଆ କିଛି ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଫେସବୁକରେ ଥିବା ପ୍ରାଇଭେସି ସେଟିଂକୁ ଅଧିକ ସହଜ କରିବାକୁ ଫେସବୁକ୍‌ ସ୍ଥିର କରିଛି। ଏହା ବ୍ୟତୀତ ୟୁଜର୍ସଙ୍କୁ ନିଜ ତଥ୍ୟକୁ ସୁରକ୍ଷିତ ରଖିବାକୁ ଅଧିକ ବନ୍ଦୋବସ୍ତ କରାଯିବ। ତେବେ ଏସବୁ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଅଧିକ କିଛି ବର୍ଷ ଲାଗିପାରେ ବୋଲି ଫେସବୁକ ଆଶା ପ୍ରକାଶ କରିଛି। ଇତିମଧ୍ୟରେ ଫେସବୁ୍‌କ ବ୍ୟବହାରକାରୀଙ୍କୁ ଫେସବୁକ୍‌ ଦ୍ୱାରା ନୂଆନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ମିଳିବ।

Leave A Reply