ଫିଫା ବିଶ୍ୱକପ : ଏକ ଘଣ୍ଟାରେ ୧,୨୦,୦୦୦ଟିକଟ ବିକ୍ରି

0

ନୂଆଦିଲ୍ଲୀ : ରୁଷରେ ଜୁନ ୧୪ରୁ ଆରମ୍ଭ ହେବାକୁଯାଉଛି ଫିଫା ଫୁଟବଲ ବିଶ୍ୱକପ ୨୦୧୮। ଏଥି ପାଇଁ ଶନିବାର ଫିଫା ପକ୍ଷରୁ ଅତିରିକ୍ତ ଟିକଟ ଜାରି କରାଯାଇଛି। ଟିକେଟ ଜାରି ହେବାର ଏକ ଘଣ୍ଟା ଭିତରେ ୧,୨୦,୦୦୦ଟିକଟ ବିକ୍ରି ହୋଇ ଥିବା ଜଣାପଡିଛିି। କେବଳ ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଟିକେଟ ବିକ୍ରି ବାକି ରହିଛି। ଏହିି ମ୍ୟାଚ ଗୁଟିକ ପାଇଁ ଫୁଟବଲ ପ୍ରଶଂସକମାନେ ଜୁଲାଇ ୧୫ ପର୍ଯ୍ୟନ୍ତ ଟିକଟ କିଣି ପାରିବେ। ଟିକଟ ଗୁଡିକ ଫିଫା ଡଟ୍‍ କମ / ଟିକଟସ ୱେବସାଇଟରୁ ପାଇପାରିବେ ବୋଲି ଫିଫା ତରଫରୁ କୁହାଯାଇଛି।
ବିଶ୍ୱକପ ପାଇଁ ଟିକଟ ବିକ୍ରି ଆରମ୍ଭ ହେବା ପରେ ବିଶ୍ୱର ଫୁଟବଲ ପ୍ରଶଂସକ ଓ ଦର୍ଶକ ମାନଙ୍କ ପାଇଁ ୨୫ଲକ୍ଷରୁ ଅଧିକ ଟିକଟ ଜାରି ହୋଇସାରିଛି। ଯେଉଁ ଦର୍ଶକମାନେ ଟିକଟ ପାଇପାରିନାହାନ୍ତି ସେମାନଙ୍କ ପାଇ ୱେବସାଇଟ୍‍ରେ ଆଉଥରେ ଟିକଟ ବକ୍ରି କରାଯିବ ବୋଲି ଫିଫା ତରଫରୁ କୁହାଯାଇଛି। ଟିକଟ ପାଇଥିବା ଦର୍ଶକ ଯଦି ମ୍ୟାଚ ଦେଖିବାପାଇଁ ଅନିଛା ପ୍ରକାଶ କରନ୍ତି ତେବେ ସେମାନେ ଫିଫା ଡଟ୍‍ କମ/ଟିକଟସ ୱେବସାଇଟ ମାଧ୍ୟମରେ ସେହି ଟିକଟକୁ ବିକ୍ରି କରିପାରିବେ ବୋଲି ଫିଫା ତରଫରୁ ଅନୁମତି ପ୍ରଦାନ କରାଯାଇଛି।

Leave A Reply