www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରତିଶୋଧ ନେବେ ନାହିଁ ଖ୍ରୀଷ୍ଟିଆନ୍‌: କଲମ୍ବୋ ଆର୍କବିଶପ୍‌

କଲମ୍ବୋ,୨୯ା୪: ଖ୍ରୀଷ୍ଟିଆନ୍‌ମାନେ ଇଷ୍ଟର ରବିବାର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବେ ନାହିଁ। ବହୁ ସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଏହି ପବିତ୍ର ଦିବସରେ ପ୍ରାର୍ଥନା ପାଇଁ ଚର୍ଚ୍ଚକୁ ଆସିଥିବାବେଳେ ଇସ୍‌ଲାମିକ ଆତଙ୍କବାଦୀଙ୍କ ଶିକାର ହୋଇଥିଲେ ମଧ୍ୟ ଚର୍ଚ୍ଚ ମୁସଲମାନଙ୍କ ବିରୋଧରେ କୌଣସି ଆକ୍ରୋଶ ରଖି ନାହିଁ ବୋଲି ସୋମବାର ଘୋଷଣା କରାଯାଇଛି। ଆକ୍ରମଣ ଘଟଣାର ସପ୍ତାହକ ପରେ ସୋମବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି କଲମ୍ବୋ ଆର୍କବିଶପ୍ କାର୍ଡିନାଲ ମାଲକମ୍‌ ରଞ୍ଜିତ। ଏହି ଘଟଣାରେ ଖ୍ରୀଷ୍ଟିଆନ୍‌ମାନେ ଆଇନକୁ ନିଜ ହାତକୁ ନେବେ ନାହିଁ ବୋଲି ସେ କହିଛନ୍ତି; ତେବେ ସେ ଇସ୍‌ଲାମିକ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ସରକାର ଅଦ୍ୟାବଧି ଗ୍ରହଣ କରିଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ବିଶପ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁଦ୍ଧ ଭଳି ଯୋଜନାବଦ୍ଧ ଭାବେ ସମସ୍ତ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟାନୁଷ୍ଠାନରେ ସାମିଲ କରିବା ସହ ଭବିଷ୍ୟତରେ ଯେମିତି ଏଭଳି ଆକ୍ରମଣର ପୁନରାବୃତ୍ତି ନ ଘଟେ ତାହା ନିଧାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କା ସରକାର ଦେଶରେ ବୁର୍ଖା ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି। ମୁସଲମାନ ମହିଳାମାନେ ବୁର୍ଖା ପିନ୍ଧି ସର୍ବସାଧାରଣ ସ୍ଥାନକୁ ଯାଇପାରିବେ ନାହିଁ ବୋଲି କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories