www.samajalive.in
Sunday, December 7, 2025
26.1 C
Bhubaneswar

ପାକ୍‍ ସେନାଙ୍କ ବର୍ବରତା: ବିଏସ୍‍ଏଫ୍‍ ଯବାନଙ୍କ ଗଳାକାଟି ହତ୍ୟା

ଜାମ୍ମୁ: ପାକିସ୍ତାନ ସେନାଙ୍କ ବର୍ବରତାର ନମୁନା ପୁଣି ଦେଖିବାକୁ ମିଳିଛି। ଜାମ୍ମୁ ନିକଟସ୍ଥ ଆନ୍ତର୍ଜାତିକ ସୀମା ରେଖା ନିକଟରେ ଜଣେ ବିଏସ୍‍ଏଫ୍‍ ଯବାନ୍‍ଙ୍କୁ ଗଳା କାଟି ହତ୍ୟା କରିଛନ୍ତି ପାକିସ୍ତାନୀ ସେନା। ଏହାପରେ ଭାରତୀୟ ସୀମା ସୁରକ୍ଷା ବଳ(ବିଏସ୍‍ଏଫ୍‍) ପକ୍ଷରୁ ଭାରତ-ପାକ୍‍ ଆନ୍ତର୍ଜାତିକ ସୀମା ଓ ଏଲ୍‍ଓସିରେ ହାଇ ଆଲର୍ଟ ଜାରି କରାଯାଇଛି। ଘଟଣା ସମ୍ପର୍କରେ ପାକିସ୍ତାନ ରେଞ୍ଜର ଅଧିକାରୀଙ୍କ ପାଖରେ ଅଭିଯୋଗ କରାଯାଇଛି।
ବିଏସ୍‍ଏଫ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ରାମଗଡ଼ ସେକ୍ଟରରେ କାର୍ଯ୍ୟରତ ହେଡ୍‍ କନଷ୍ଟେବଳ ନରେନ୍ଦ୍ର କୁମାର ନିଖୋଜ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଖୋଜିବାକୁ ଭାରତ ପକ୍ଷରୁ ଓ ପାକ ସେନାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ପାକ୍‍ ସେନା ପକ୍ଷରୁ ସହଯୋଗ ନ ମିଳିବାରୁ ସୂର୍ଯ୍ୟାସ୍ତ ପରେ ବିଏସ୍‍ଏଫ୍‍ ପକ୍ଷରୁ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା। ସୀମା ନିକଟସ୍ଥ ଏକ ବୁଦା ମୂଳରୁ ନରେନ୍ଦ୍ରଙ୍କ ମୃତ ଦେହ ଠାବ କରାଯାଇଥିଲା। ତାଙ୍କ ଶରୀରରେ ତିନିଟି ଗୁଳି ଚିହ୍ନ ରହିଥିବା ଦେଖାଯାଇଛି। ତେଣୁ ପ୍ରଥମେ ତାଙ୍କୁ ଗୁଳି କରିବା ପରେ ଗଳା କାଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣାକୁ ବିଏସଏଫ୍‍ ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ୱର ସହିତ ନିଆଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories