ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ମୁଲତବି

0

ଭୁବନେଶ୍ବର: ଆଜି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭରୁ କଂଗ୍ରେସ କର୍ମୀ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ନୀଳଗିରି ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିଲା । କିନ୍ତୁ ବାଚସ୍ପତି ଅନୁମତି ପ୍ରଦାନ ନକରିବାରୁ କଂଗ୍ରେସ ବିଧାୟକ ହୋହ୍ଲାଲା କରିବା ସହ ନାରାବାଜି ଦେଇଥିଲେ । ସେମାନଙ୍କୁ ଆସନରେ ବସିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ ଏହାକୁ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଯାଏଁ ଏବଂ ପରେ ଦିନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ।

Leave A Reply